ଦିଲ୍ଲୀ ବାୟୁ ପ୍ରଦୂଷଣ ପୁଣି ଉତ୍କଟ

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣ ପୁଣି ଉତ୍କଟ ରୂପ ଧାରଣ କରିଛି। କେତେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୪୦୦ରୁ ୫୦୦ ମଧ୍ୟରେ ‘ସିଭିୟର’ ସ୍ତରକୁ ଚାଲି ଯାଇଥିବା ବେଳେ ଏନ୍‌ସିଆର୍‌ ଅଞ୍ଚଳରେ ଏକ୍ୟୁଆଇ ୫୦୦ ଅତିକ୍ରମ କରିଛି। ଆଜି ଦିଲ୍ଲୀର ଦ୍ବାରିକା ସେକ୍ଟର-୮ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୪୯୬ ରେକର୍ଡ କରାଯାଇଥିବା ବେଳେ ଜବାହର୍‌ ଲାଲ୍‌ ନେହରୁ ଷ୍ଟାଡିୟମ୍‌ ଅଞ୍ଚଳରେ ୪୯୨ ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଏକ୍ୟୁଆଇ ୫୦୦ ଛୁଇଁଛି।

ସମ୍ବନ୍ଧିତ ଖବର