‘ଅତି ଖରାପ’ ସ୍ତରକୁ ଗଲାଣି ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ‘ଅତି ଖରାପ’ ସ୍ତରରେ ପହଞ୍ଚିଛି। ଆଜି ବିଭିନ୍ନ ଅଂଚଳରେ ବାୟୁ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ଦୀପାବଳି ପରେ ଅବସ୍ଥା ଆହୁରି ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗଠିତ ଟାସ୍କଫୋର୍ସ ଏକ ଜରୁରୀ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ କୋଇଲା ଜାଳେଣି ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର