ପ୍ରବଳ ବର୍ଷାରେ ମୁମ୍ବାଇ ଅସ୍ତବ୍ୟସ୍ତ, ୧୧ ବିମାନର ଉଡ଼ାଣ ବାତିଲ

ମୁମ୍ବାଇ: ପୁଣି ଥରେ ଗତ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ମାୟାନଗରୀ ମୁମ୍ବାଇର ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ବିମାନ ଓ ଟ୍ରେନ୍‌ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୧୧ଟି ବିମାନର ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଉଡ଼ାଣ ରଦ୍ଦ ହୋଇଥିବା ୧୧ଟି ବିମାନ ମଧ୍ୟରୁ ୭ଟି ବିମାନ ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ବେଳେ ଅନ୍ୟ ୪ଟି ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ଯେଉଁ ୭ଟି ବିମାନର ଉଡ଼ାଣ ରଦ୍ଦ ହୋଇଛି, ତା’ ମଧ୍ୟରେ ଇଣ୍ଡିଗୋର ୫ଟି ବିମାନ ଥିବାବେଳେ ଏୟାର ଇଣ୍ଡିଆ ଓ ଏମିରେଟର ଗୋଟିଏ ଲେଖାଁଏ ବିମାନ ରହିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇ ଅଭିମୁଖେ ଆସିବାକୁ ଥିବା ଇଣ୍ଡିଗୋର ୩ଟି ବିମାନକୁ ମଧ୍ୟ ରଦ୍ଦ କରି ଦିଆ ଯାଇଛି।

Mirror

ସେହିପରି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ପାଇଁ ଆସିଥିବା ୯ଟି ବିମାନକୁ ମୁମ୍ବାଇ ବିମାନ ବନ୍ଦରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅବତରଣ କରିବାକୁ ଦିଆ ନଯାଇ ସେ ସମସ୍ତ ବିମାନକୁ ଅନ୍ୟ ବିମାନ ବନ୍ଦରରେ ଅବତରଣ ପାଇଁ ପଠାଇ ଦିଆ ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର