ଚଣ୍ଡୀଗଡ଼: ଆଜିଠାରୁ ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାକୁ ଚଣ୍ଡୀଗଡ଼ରେ ଆରମ୍ଭ କରିଥିଲେ। ଏହି ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ରୁ ହିସାର ପର୍ଯ୍ୟନ୍ତ ଆରମ୍ଭ ହୋଇଛି | ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାତ୍ର ୪୦ ମିନିଟ ମଧ୍ୟରେ ହିସାର ବିମାନବନ୍ଦରରେ ପହଞ୍ଚିଥିଲା। ଉଡାନ ଯୋଜନା ଅଧୀନରେ ଏହି ସେବା ଆରମ୍ଭ ହୋଇଛି। ଖରାପ ପାଗ ଯୋଗୁଁ ଚଣ୍ଡୀଗଡ଼ରୁ ବିମାନ ବିଳମ୍ବରେ ଉଡିଥିଲା |
ତଥାପି ଏସବୁ ସତ୍ତ୍ୱେ ଚଣ୍ଡୀଗଡ଼ରୁ ହିସାରକୁ ଆସିବାକୁ ୪୦ ମିନିଟ୍ ସମୟ ଲାଗିଥିଲା | ଚଣ୍ଡିଗଡ଼ରୁ ହିସାରକୁ ଏୟାର ଟ୍ୟାକ୍ସି ଚାଲିବା ଦ୍ୱାରା ଅନେକ ସମୟ ସଞ୍ଚୟ ହେବ। ଏହି ଅବସରରେ ମନୋହର ଲାଲ କହିଛନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧୀନରେ ଆରମ୍ଭ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏହି ପ୍ରକାର ଛୋଟ ବିମାନ ଏୟାର ଟ୍ୟାକ୍ସି ଭାବରେ ପରିଚାଳିତ ହେଉଛି |
photo-dainik jagaranଏହାର ବୁକିଂ ଅନଲାଇନ୍ ମାଧ୍ୟମରେ ହେବ | ଅର୍ଥାତ ଯେଭଳି ଜଣେ ଓଲା ଓ ଉବେର ମାଧ୍ୟମରେ କାର ବୁକ୍ତିନଗ କରିପାରୁଛନ୍ତି ସେହିପରି ଅନଲାଇନରେ ଛୋଟ ବିମାନ ମଧ୍ୟ ବୁକିଂ କରିପାରିବେ | ଜରୁରୀକାଳୀନ ସମୟରେ ଏୟାର ଟ୍ୟାକ୍ସି ବ୍ୟବହାର କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ସମୟ ମଧ୍ୟ ବଂଚିପାରିବ | ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଏୟାର ଟ୍ୟାକ୍ସି ହିସାରରୁ ଡେରାଡୁନ ଓ ଚଣ୍ଡୀଗଡ଼ରୁ ଡେରାଡୁନକୁ ଉଡ଼ାଣ କରିବ ବୋଲି ଜଣାପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/india-tv-news.jpg)