ଭୁବନେଶ୍ବର/ ନୂଆଦିଲ୍ଲୀ : ସୋମବାର ସଂଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ବିମାନରେ ହଠାତ୍ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ଫଳରେ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ଏ-୩୨୦ ବିମାନରେ ସଂଧ୍ୟା ୭ଟା ୫୩ ମିନିଟରେ କେତେକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖାଯିବାରୁ ତାହାକୁ ୮ଟା ୧୯ ମିନିଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣାରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ।

ଡିଜିସିଏ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ହିଁ ପାଇଲଟ୍ ବିମାନରର ହାଇଡ୍ରୋଲିକ ସିଷ୍ଟମ ଅଚଳ ହୋଇଯାଇଥିବା ଜାଣିବାକୁ ପାଇଲେ । ଏ ସଂପର୍କରେ ସେ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲର)ଙ୍କୁ ଜଣାଇଥିଲେ । ଏହା ପରେ ସମଗ୍ର ବିମାନ ବନ୍ଦରରେ ଜରୁରୀପରିସ୍ଥିତି ଘୋଷଣା କରାଗଲା ଓ ଦମକଳ ବାହିନୀକୁ ସଜାଗ ରଖାଗଲା ଓ ସମସ୍ତଙ୍କୁ ସତର୍କ କରିଦିଆଗଲା । ଏହା ପରେ  ୮ଟା ୧୯ ମିନିଟରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା ।

ଗୋଟିଏ ବିମାନର ହାଇଡ୍ରୋଲିକ ସିଷ୍ଟମ ବିଫଳ ହେଲେ ପାଇଲଟଙ୍କ ପାଇଁ ବିମାନକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ ।