ମାତ୍ର ୧୪୯୯ଟଙ୍କାରେ ବୁକ୍ କରନ୍ତୁ ବିମାନ ଟିକେଟ ! ୩୧ଜୁଲାଇ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ

ନୂଆଦିଲ୍ଲୀ: ଏୟାର ଏସିଆ ଆଣିଲା ଅଫର। ମାତ୍ର ୧୪୯୯ଟଙ୍କାରେ ବୁକ୍ କରନ୍ତୁ ବିମାନ ଟିକେଟ। ଯଦି ଆପଣ କମ ଟଙ୍କାରେ ବିମାନ ଯାତ୍ରା ଉପଭୋଗ କରିବାକୁ ଚାହାଁନ୍ତି, ତେବେ ଏୟାର ଏସିଆ ଇଣ୍ଡିଆର ନୂତନ ଅଫରର ଲାଭ ଉଠାଇ ତୁରନ୍ତ ଟିକେଟ୍ ବୁକ୍ କରନ୍ତୁ। ଏୟାର ଏସିଆ ମାତ୍ର ୧୪୯୯ଟଙ୍କା ମୂଲ୍ୟର ପ୍ରାରମ୍ଭିକ ଭଡାରେ ବିମାନ ଯାତ୍ରା ପ୍ରଦାନ କରୁଛି। ଏୟାର ଏସିଆ ଏହାର ପେ ଡେ ସେଲ୍ ଅଧୀନରେ ଏହି ଅଫର ଲଞ୍ଚ କରିଛି। ଏହି ସେଲ୍ ଜୁଲାଇ ୨୮-୩୧ ପର୍ଯ୍ୟନ୍ତ ବୈଧ ଅଟେ, ଅର୍ଥାତ୍ ଆପଣ ଜୁଲାଇ ୩୧ମଧ୍ୟରେ ହିଁ ଟିକେଟ ବୁକ୍ କରିପାରିବେ। ଏହା ପରେ ଆପଣଙ୍କୁ ଏହି ଅଫର ମିଳିବ ନାହିଁ।

ଜୁଲାଇ ୨୮-୩୧ ମଧ୍ୟରେ ଟିକେଟ ବୁକ କଲେ ଆପଣ ଅଗଷ୍ଟ ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଯାତ୍ରା କରିପାରିବେ। କମ୍ପାନି ଟ୍ୱିଟରେ ଲେଖିଛି, ଯଦି ଆପଣ ଦୀର୍ଘ ସମୟ ଧରି ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଏୟାରଆସିଆ ସହିତ ଆପଣ ଆପଣଙ୍କ ଇଚ୍ଛା ପୂରଣ କରିପାରିବେ। ଯଦି ଆପଣ ଅଗଷ୍ଟ ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣ http://airasia.co.in ୱେବସାଇଟକୁ ଯାଇ ଟିକେଟ୍ ବୁକ୍ କରିପାରିବେ।

ଟାଟା ନେଉ ଆପ୍ ଜରିଆରେ ବୁକିଂ କରିବା ସମୟରେ ଯାତ୍ରୀମାନେ ଭଡା ରିହାତି ବ୍ୟତୀତ ୫ପ୍ରତିଶତ ନେଉକଏନ୍ସ  ମଧ୍ୟ ପାଇବେ। ଟାଟା ନେଉ ଆପ୍ ସଦସ୍ୟମାନେ ମଧ୍ୟ ଆପ୍ ମାଧ୍ୟମରେ ବୁକିଂ କରିବା ସମୟରେ ବ୍ୟାଜ୍ ଆଧାରିତ ରିହାତି ପାଇବେ।

ସମ୍ବନ୍ଧିତ ଖବର