ନୂଆଦିଲ୍ଲୀ: ଏୟାରସେଲ୍ ମାକ୍ସିସ୍ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଚିଦମ୍ବରମଙ୍କ ସମେତ ୯ ଜଣଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୦୬ ମାର୍ଚ୍ଚରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଏକ ବିଦେଶୀ କମ୍ପାନିକୁ ଏଫ୍ଆଇପିବି ମଂଜୁରି ଦେବା ସମୟରେ ୧.୧୬ କୋଟି ଟଙ୍କା ଦୁର୍ନୀତି ହୋଇଥିଲା। ଏହି ଏଫଆଇପିବି ମଂଜୁରି ଗ୍ଲୋବାଲ୍ କମ୍ୟୁନିକେସନ୍ ଆଣ୍ଡ ସର୍ଭିସେସ୍୍ ହୋଲ୍ଡିଙ୍ଗ୍ସ ଲିମିେଟଡ୍କୁ ଦିଆଯାଇଥିଲା। ଇମେଲ୍ ଖୋଳତାଡ଼ରୁ ସଂଗ୍ରହ ହୋଇଥିବା ବିଭିନ୍ନ ପ୍ରମାଣ ଆଧାରରେ ଆଜିର ଏହି ଚାର୍ଜସିଟ୍ ଦାଖଲ ହୋଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। କିନ୍ତୁ ଚିଦମ୍ବରମ ଏବଂ ପୁଅ କାର୍ତ୍ତି ଚିଦମ୍ବରମ ସେମାନଙ୍କ ବିେରାଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆସନ୍ତା ନଭେମ୍ବର ୨୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ଚାର୍ଜସିଟ୍ ଉପରେ ବିଚାର କରିବେ।
ଏୟାରସେଲ୍ ମାକ୍ସିସ ମାମଲା, ଚିଦମ୍ବରମଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍
/sambad/media/post_attachments/wp-content/uploads/2018/10/P1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)