ଏୟାରସେଲ-ମାକ୍ସିସ ମାମଲାରେ ପି.ଚିଦାମ୍ବରମଙ୍କୁ ସାମୟିକ ଆଶ୍ୱସ୍ତି, ଜୁଲାଇ ୧୦ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଏୟାରସେଲ-ମାକ୍ସିସ ଡିଲ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ପଟ୍ଟିଆଲା ହାଉସ କୋର୍ଟ ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ଜୁଲାଇ ୧୦ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । ପୂର୍ବରୁ ଏହି ରହିତାଦେଶ ୫ ଜୁନ ଯାଏଁ ଥିଲା । ମଙ୍ଗଳବାର ସକାଳେ ମାମଲାରେ ହାଜର ହେବା ଲାଗି ଚିଦାମ୍ବରମ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଫିସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜେରା କରାଯାଇଛି । ଆଇଏନଏକ୍ସ ମିିଡିଆର ଏକ ମାମଲାରେ ଚିଦାମ୍ବରମ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ କ୍ୟାବିନେଟ କମିଟିର ବିନା ଅନୁମୋଦନରେ ସେ ଏୟାରସେଲ-ମ୍ୟାକ୍ସକୁ ଅନୁମୋଦନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଡିଲ ୩ ହଜାର ୫ ଶହ କୋଟିର ଥିଲା । ଏୟାରସେଲ-ମ୍ୟାକ୍ସିସ ଡିଲ ମାମଲାର ତଦନ୍ତ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ କରୁଛି । ଏଥିରେ ପି.ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ ଅଭିଯୁକ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର