ନୂଆଦିଲ୍ଲୀ : ଗତ ପ୍ରାୟ ୧୫ ଦିନ ଧରି ସିବିଆଇ ହାଜତରେ ଥିବାପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପାଇଁ ଆଜି ଦିଲ୍ଲୀର ସିବିଆଇ କୋର୍ଟ ଆଶ୍ୱସ୍ତି ଆଣିଦେଇଛନ୍ତି । ଏୟାରସେଲ ମାକ୍ସିସ ମାମଲାରେ ଚିଦମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଜଜ୍ ଓପି ସାଇନି ଏହି ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ତେବେ ତଦନ୍ତରେ ସହଯୋଗ କରିବାକୁ ସେ ବାପପୁଅଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖବର ଆସିବା ପରେ କାର୍ତ୍ତି ଚିଦମ୍ବରମ ଟ୍ଵିଟ କରି କହିଛନ୍ତି ଯେ ଅନ୍ୟ ସବୁକ୍ଷେତ୍ରରେ ମଧ୍ୟ ଆମେ ବିଜୟୀ ହେବୁ ।
ତେବେ ଚିଦମ୍ବରମ ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ହାଜତରେ ଥିବାରୁ ସେ ଏବେ ମୁକୁଳିବାର ସମ୍ଭାବନା କମ । ଏହାର କିଛି ଘଣ୍ଟା ପୂର୍ବରୁ ସୁପ୍ରିମକୋର୍ଟ ବାପପୁଅଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ।
୨୦୦୬ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବେ ଏୟାରସେଲ-ମାର୍କ୍ସିସ ଡିଲକୁ ବିଦେଶୀ ପୁଞ୍ଜିନିବେଶ ପ୍ରେତ୍ସାହନ (ଏଫଆଇପିବି) ମଂଜୁରୀ ପ୍ରଦାନ କରାଯାଇଥିଲା ।