ଏୟାରସେଲ-ମାକ୍ସିସ ମାମଲା:ଚିଦମ୍ବରମଙ୍କୁ ୬ ଘଣ୍ଟା ଜେରା

ନୂଆଦିଲ୍ଲୀ: ଏୟାରସେଲ-ମାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ ଘଣ୍ଟାର ମାରାଥନ ଜେରା କରିଛି। ଏହା ପୂର୍ବରୁ ଗତ ୫ ତାରିଖରେ ତାଙ୍କୁ ଇଡିି ଜେରା କରିଥିଲା। ଏହି ଦୁର୍ନୀତି ମାମଲାରେ ଇଡି ଆଜି ପୁଣି ଥରେ ଚିଦମ୍ବରମଙ୍କ ବୟାନ ରେକର୍ଡ କରିଛି। ତେବେ ପୂର୍ବବତ୍‌ ଏଫଆଇଆରରେ ତାଙ୍କ ନାମ ନଥିବା ଓ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏହି ମାମଲାରେ ଚିଦମ୍ବରମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜୁଲାଇ ୧୦ ତାରିଖ ଯାଏଁ ଇଡି ଏହି ମାମଲାରେ ଚିଦମ୍ବରମଙ୍କୁ ଗିରଫ କରି ପାରିବ ନାହିଁ କି ତାଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ ଆଭିମୁଖ୍ୟ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର