ଫ୍ଲାଏ ଓଭର ତଳେ ଫସି ରହିଛି ବିମାନ, ରାସ୍ତାରେ ଟ୍ରାଫିକ୍ ଜାମ୍

କୋଲକାତା: ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଏକ ବିମାନ ଫସିଯାଇଥିବା ଜଣାଯାଇଛି । ବିମାନଟିଏ ଏପରି ଭାବରେ ଫ୍ଲାଏ ଓଭର ତଳେ ଫସିଛି,  ଯାହାକୁ ବାହାର କରିବାକୁ ନାକେଦମ୍ ହେବାକୁ ପଡ଼ିଲାଣି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରକ ଯୋଗେ ନିଆଯାଉଥିଲା ।

Image Source- Latestly

ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ ଯିବା ବେଳେ ରାସ୍ତା ମଝିରେ ଥିଲା ଏକ ଫ୍ଲାଏ ଓଭରରେ ମାଡ଼ ହୋଇଥିଲା । କୁହୁଡି ପଡ଼ିଥିବାରୁ ଟ୍ରକ ଚାଳକ ଜାଣିପାରି ନ ଥିଲେ କି ଫ୍ଲାଏଓଭର ଉଚ୍ଚତା କମ୍ ରହିଛି। ଫଳରେ ଏହାକୁ ଅତିକ୍ରମ କରିବା ହେବା ବେଳେ ବିମାନର ଉପର ଅଂଶ ଫ୍ଲାଏଓଭର ଛାତରେ ଲାଗି ଯାଇଥିଲା ।

Image result for aircraft-stuck-under-bridge-west-bengal
Image Source-jagran.com

ତେବେ ବିମାନର ଅଧା ଭାଗ ଫ୍ଲାଏ ଓଭରକୁ ଅତିକ୍ରମ କରିଥିବା ବେଳେ ହଠାତ୍ ଫସି ଯାଇଥିଲା ଟ୍ରକଟି । ଚାଳକଙ୍କର ସମସ୍ତ ଉଦ୍ୟମ ପରେ ବି ଆଗକୁ ଯାଇପାରିନଥିଲା ଗାଡ଼ି । ଟ୍ରକ ଏବେ ଆଗକୁ ଯାଇ ପାରୁନି, କିମ୍ୱା ପଛକୁ ବି ଆସିପାରୁନି । ବିମାନଟି ଟ୍ରକ ଡାଲା ଓ ଫ୍ଲାଏଓଭର ଛାତ ମଧ୍ୟରେ ଚାପି ହୋଇରହିଛି । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥରେ ଏପରି ଅଘଟଣକୁ ନେଇ ଟ୍ରାଫିକ୍ ଜାମ୍ ବି ହୋଇଛି । ଗତକାଲି ମଧ୍ୟରାତ୍ରିରୁ ଏ ଯାଏଁ ବିମାନଟି ଫସି ରହିଛି ଫ୍ଲାଏ ଓଭର ତଳେ । ପୁଲିସ ଏ ସଂପର୍କରେ ଖବର ପାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର