ବାୟୁସେନା ଦେଲା ନୂଆ ଜୀବନ, ନଦୀ ଗର୍ଭରୁ ଉଦ୍ଧାର ହେଲେ ଦୁଇ ବ୍ୟକ୍ତି

ଶ୍ରୀନଗର: ଜାମ୍ମୁକାଶ୍ମୀରରୁ ଆଜି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଓ ବାୟୁସେନାର ଉଦ୍ୟମକୁ ପ୍ରଶଂସା କରିବାକୁ ଇଚ୍ଛା ହେବ | ମିଳିଥିବା ସୂଚନା ମୁତାବକ ସୋମବାର ଅଚାନକ ତାୱି ନଦୀର ପାଣି ବଢିଯାଇଥିଲା | ଯାହାଫଳରେ ପ୍ରବଳ ପାଣି ପ୍ରବାହିତ ହେବାରୁ ନିର୍ମାଣଧୀନ ୱାଲ କଂକ୍ରିଟରେ ଦୁଇଜଣ ବ୍ୟକ୍ତି ଫସିଯାଇଥିଲେ |

ପରେ ବାୟୁସେନାକୁ ଏ ବାବଦରେ ଖବର ଦିଆଯାଇଥିଲା | ବାୟୁସେନା ପକ୍ଷରୁ ଏହି ସୂଚନା ମିଳିବା ପରେ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା | ବାୟୁସେନାର ଜଣେ ଅଧିକାରୀ ଦୌଡ଼ି ସାହାଯ୍ୟରେ ପାଣିରେ ବୁଡୁଥିବା ନିର୍ମାଣାଧୀନ ୱାଲ କଂକ୍ରିଟ ନିକଟକୁ ଆସିଥିଲେ | ଏହାପରେ ସେଠାରେ ଫସିଥିବା ଦୁଇଜଣଙ୍କୁ ଦଉଡ଼ିରେ ବାନ୍ଧି ଏୟାରଲିଫ୍ଟ କରାଯାଇଥିଲା |

୨ ଜଣଙ୍କୁ ସୁରକ୍ଷିତ ଭାବେ ବାୟୁସେନା ଉଦ୍ଧାର କରିଥିବାବେଳେ ୨ ଜଣ ଧୀବର ବାୟୁସେନାଙ୍କୁ ପ୍ରଶଂସା କରିଛନ୍ତି | ତେବେ ୩୦ ମିନିଟର ଏହି ଉଦ୍ଧାର କାର୍ଯ୍ୟକୁ ପାଇଁ ସାବାସି ସାଉଁଟିଛି ବାୟୁସେନା | ଯବାନଙ୍କର ଅଦମ୍ୟ ଇଛାଶକ୍ତି ଓ ସାହସକୁ ନେଇ ଏବେ ସବୁଠି ପ୍ରଶଂସା କରାଯାଉଛି |

ସମ୍ବନ୍ଧିତ ଖବର