ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଏକ ହୋଟେଲରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାର ଚାଞ୍ଚଲ୍ୟକର ଖବର ମିଳିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ବାୟୁସେନାର ଜଣେ ପୂର୍ବତନ କର୍ମଚାରୀ । ତାଙ୍କ ନାମ ବିଜନ ଦାସ ଏବଂ ତାଙ୍କର ବୟସ ୫୫ ବର୍ଷ ବୋଲି ଜଣାଯାଇଛି। ସେ ଆସାମର ଦାର୍ଜିଲିଂ ଜିଲ୍ଲାର ଅଧିବାସୀ ବୋଲି ବି ଜଣାଯାଇଛି।

Advertisment

ଆତ୍ମହତ୍ୟା ପୂର୍ବରୁ ସେ ଯେଉଁ ସୁଇସାଇଡାଲ ନୋଟ ଛାଡ଼ି ଯାଇଛନ୍ତି ସେଥିରେ ବିଜନ ଦାସ ଉଲ୍ଲେଖ କରିଛନ୍ତି କି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଲାଗି ସେ ଆତ୍ମହତ୍ୟା କରିଛନ୍ତି।
ନିଜର ୪ ପୃଷ୍ଠା ସମ୍ବଳିତ ଏହି ସୁଇସାଇଡାଲ ନୋଟରେ ବିଜନ ଦାସ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଜି ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି ,ସେଥିଲାଗି ଆଇଏନଏକ୍ସ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତିହାର ଜେଲ୍ରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ହିଁ ଦାୟୀ।

letter_090919082259.jpg

ହୋଟେଲରୁ ସୁଇସାଇଡାଲ ନୋଟ ଜବତ କରିବାପରେ ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଜନ ଦାସ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ ସେ ସମ୍ପର୍କରେ ପୁଲିସ୍ ତଦନ୍ତ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି।