ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏବେ ସେଠାରେ ଫସିରହିଥିବା ଭାରତୀୟଙ୍କୁ କିଭଳି ଫେରାଇଅଣାଯିବ ସେହି ପ୍ରୟାସ ଏବେ ଭାରତ ସରକାର କରୁଛନ୍ତି | ତେବେ ଭାରତୀୟ ବାୟୁସେନା ଆଜି କହିଛି ଯେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରି ଭାରତ ଆଣିବାକୁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି | ଶୁକ୍ରବାର ଦିନ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରୁ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ଅଛି।
ଭାରତୀୟ ବାୟୁସେନା ମୁଖପାତ୍ର ୱିଙ୍ଗ କମାଣ୍ଡର ଆଶିଷ ମୋଗେ କହିଛନ୍ତି ଯେ ୟୁକ୍ରେନରୁ ଆମ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ଅଛି । ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର ଦିନ ଅଟକି ରହିଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ରୋମାନିଆ ଏବଂ ହଙ୍ଗେରୀ ସୀମା ଦେଇ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛି।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତୀୟ ବାୟୁସେନାକୁ ଆଲର୍ଟ ମୋଡରେ ରଖାଯାଇଛି | ଏଥିପାଇଁ ବାୟୁସେନା ପକ୍ଷରୁ ସି-୧୭ ଗ୍ଲୋବମାଷ୍ଟର ଓ ଆଇଏଲ -୭୬ ବିମାନକୁ ପ୍ରସ୍ତୁତ କରି ରଖାଯାଇଛି | ଯଦି ଆବଶ୍ୟକ ପଡେ ତେବେ ବାୟୁସେନାର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି | ସୂଚନା ଥାଉ କି ପ୍ରାୟ ୧୬୦୦୦ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/swarajya_2021-04_39741839-59cd-4c92-bcbb-47326068fd3c_c17_iaf_singapore_crop.jpg)