ହାଲଠାରୁ ୬ଟି ଡୋର୍ନିୟର ବିମାନ କିଣିବ ବାୟୁସେନା

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଲଏସି ନିକଟରେ ଥିବା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଏୟାର ଅପରେସନକୁ ସୁଦୃଢ କରିବ ଭାରତ । ଏଥିପାଇଁ ବାୟୁସେନା ୬ଟି ଡୋର୍ନିୟର-୨୨୮ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନା ପାଇଁ ୬୬୭ କୋଟି ଟଙ୍କା ବ୍ୟୟରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଠାରୁ ୬ଟି ଡୋନିୟର-୨୨୮ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଚୁକ୍ତି ସ୍ୱାକ୍ଷର କରିଛି। ଡୋର୍ନିୟର ବିମାନ ଆସିବା ପରେ ପୂର୍ବ ସେକ୍ଟର ଓ ସମୁଦ୍ରରେ ବାୟୁସେନାର ଅପରେସନ କ୍ଷମତା ବୃଦ୍ଧି ପାଇବ ।

ବାୟୁସେନା ପକ୍ଷରୁ ଏହି ବିମାନକୁ ରୁଟ୍ ଟ୍ରାନ୍ସପୋର୍ଟ ରୋଲ୍ ଏବଂ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇଆସୁଛି । ପରବର୍ତ୍ତୀ ସମୟରେ ଭାରତୀୟ ବାୟୁସେନାର ପରିବହନ ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି। ବର୍ତ୍ତମାନ ୬ଟି ବିମାନର ବ୍ୟାଚ୍ କୁ ଅତ୍ୟାଧୁନିକ ଇନ୍ଧନ ଦକ୍ଷ ଇଞ୍ଜିନ୍ ସହ ୫-ବ୍ଲେଡ୍ କମ୍ପୋଜିଟ୍ ପ୍ରୋପେଲର୍ ସହ କିଣାଯିବ।

ଏହି ବିମାନ ଉତ୍ତର-ପୂର୍ବାଞ୍ଚଳରେ ଅର୍ଦ୍ଧପ୍ରସ୍ତୁତ/କ୍ଷୁଦ୍ର ରନ୍ୱେ ଏବଂ ଭାରତର ଦ୍ୱୀପ ଶୃଙ୍ଖଳାରୁ କ୍ଷୁଦ୍ର ଦୂରତା ଅଭିଯାନ ପାଇଁ ଉପଯୁକ୍ତ। ଏହି ୬ଟି ବିମାନ ସାମିଲ ହେବା ଦ୍ୱାରା ଦୁର୍ଗମ ଅଂଚଳରେ ବାୟୁସେନାର ଅପରେସନାଲ କ୍ଷମତା ଆହୁରି ବୃଦ୍ଧି ପାଇବ । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ପାଇଲଟଙ୍କ ପ୍ରଶିକ୍ଷଣ ପାଇଁ ମଧ୍ୟ ଏହି ବିମାନ ବ୍ୟବହାର କରାଯାଏ ।

ସମ୍ବନ୍ଧିତ ଖବର