ମଦ ପିଇ ନିଲମ୍ବିତ ହୋଇଥିବା ପାଇଲଟଙ୍କୁ ଆଞ୍ଚଳିକ ନିର୍ଦ୍ଦେଶକ କଲା ଏୟାରଇଣ୍ଡିଆ

ନୂଆଦିଲ୍ଲୀ : ଗତ ବର୍ଷ ମଦ ପାନ କରି ବିମାନ ଉଡେଇବାକୁ ଯାଉଥିବାବେଳେ ଧରାପଡି ନିଳମ୍ବିତ ହୋଇଥିବା ଏୟାର ଇଣ୍ଡିଆର ପୂର୍ବତନ ଅପରେସନ୍ସ ଡାଇରେକ୍ଟର ଅରବିନ୍ଦ କଠପାଲିଆଙ୍କ ନିଳମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ଉତ୍ତରାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସେ ଆସନ୍ତା କାଲିଠାରୁ ଦାୟିତ୍ବ ଗ୍ରହଣ କରିବେ । କିନ୍ତୁ ତାଙ୍କର ନିଯୁକ୍ତିକୁ ବିରୋଧ କରିଛି ଏୟାର ଇଣ୍ଡିଆ ପାଇଲଟ ସଂଘ । ଏକ ଅପରାଧ କରିବା ସତ୍ତ୍ବେ ତାଙ୍କୁ ପୁଣି ନୂଆ ପଦବୀ ଦେବାକୁ ବିରୋଧ କରିଛି ସଂଘ । ରାଜନୈତିକ ପ୍ରଭାବକୁ ଉପଯୋଗ କରି ସେ ଏହା କରିପାରିଛନ୍ତି ବୋଲି ସଂଘ କହଛି ।
ଗତ ନଭେମ୍ବର ମାସରେ ଅରବିନ୍ଦ କଠପାଲିୟାଙ୍କୁ ଅପରେସନ୍ସ ନିର୍ଦ୍ଦେଶକ ପଦରୁ ବହିଷ୍କାର କରାଯାଇଥିଲା । ମଦ ପିଇ ବିମାନରେ ଚଢିବା କାରଣରୁ ତାଙ୍କୁ ଡିଜିସିଏ ୩ ବର୍ଷ ପାଇଁ ନିଲମ୍ବିତ କରିବା ପରେ ଏୟାରଇଣ୍ଡିଆ ଏହି ପଦକ୍ଷେପ ନେଇଥିଲା । ଉଡ଼ାଣ ପୂର୍ବରୁ ମଦ ପିଇଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇ ଦିଆଯାଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ସମ୍ବନ୍ଧିତ ଖବର