ନୂଆ କୀର୍ତ୍ତିମାନ : ଚୀନ ନିର୍ମାଣ କରୁଛି ପାହାଡ଼ ଶିଖରରେ ୬ ହଜାର ଫୁଟ ଉଚ୍ଚରେ ଏୟାର୍‌ ପୋର୍ଟ

ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କରିବାର କଳାକୁ ଚୀନ୍‌ ଆଉ ଥରେ ପ୍ରମାଣିତ କରିଛି। ଗଗନଶ୍ଚୁମ୍ବି ପାହାଡ଼ର ଛାତି ଚିରି ବୁଲେଟ୍‌ ଟ୍ରେନ୍‌ ଚଳାଇବା ହେଉ, କି ମହାସାଗରର ଅଗାଧ ଜଳରାଶି ମଧ୍ୟରେ ସାମରିକ ଘାଟି ସ୍ଥାପନ ହେଉ, ସବୁ କ୍ଷେତ୍ରରେ ଚୀନ୍‌ ନିଜର ବିସ୍ମୟକାରୀ ନିର୍ମାଣ ପ୍ରତିଭାର ପରିଚୟ ଦେଇଛି। ଏବେ ପ୍ରାୟ ୬ ହଜାର ଫୁଟ ଉଚ୍ଚ ପାହାଡ଼ର ଶିଖରକୁ ଏକ ଏୟାର ପୋର୍ଟରେ ପରିଣତ କରି ଚୀନ୍‌ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ବୁସାନ୍‌ ସହରରେ ନିର୍ମାଣ ହେଉଥିବା ଏହି ଏୟାରପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ ହେବ ବୋଲି ଜଣାପଡ଼ିଛି। ଆସନ୍ତା ବର୍ଷରୁ ଏଠାରେ ବିମାନ ଅବତରଣ କରିବ।

http://www.dailymail.co.uk

ଦକ୍ଷିଣ ପଶ୍ଚିମ ଚୀନ୍‌ର ଚୋଂଗକ୍ୱିଙ୍ଗ୍‌ ସ୍ଥିତ ବୁସାନରେ ଦୀର୍ଘ ୬ ବର୍ଷ ହେଲା ଚୀନ୍‌ ଏହି ବିମାନ ବନ୍ଦର ନିର୍ମାଣ ଚଳାଇଥିବା ବେଳେ ଏବେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପାହାଡ଼ ଶିଖରରେ ୨୬୦୦ ମିଟର ଲମ୍ବ ଏବଂ ୪୫ ମିଟର ଓସାର ରନ୍‌େଓ୍ଵ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବିଶ୍ୱର ଏହି ବିରଳ ବିମାନ ବନ୍ଦର ନୂଆ ଇତିହାସ ସୃଷ୍ଟି କରିବ ବୋଲି ଚୀନ୍‌ ଇଂଜିନିୟରମାନେ କହିଛନ୍ତି। ଚୀନ୍‌ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟରେ ୨ ହଜାର ଶ୍ରମିକ କର୍ମଚାରୀ ଏବଂ ୮ ଶହରୁ ଅଧିକ ମେସିନ ଲଗାତାର କାମ କରୁଛନ୍ତି। ଏହି ପାହାଡ଼ିଆ ଅଂଚଳରେ ଏଭଳି ଏକ ଏୟାରପୋର୍ଟ ଲୋକଙ୍କ କଳ୍ପନା ବାହାରେ ଥିଲା। ଏହି ପାହାଡ଼ିଆ ଅଂଚଳର ସର୍ବୋଚ୍ଚ ସ୍ଥାନରେ ଏକ ବିମାନ ବନ୍ଦର ତିଆରି କରିବା ପାଇଁ ସରକାରଙ୍କ ସଂକଳ୍ପ ପ୍ରଥମେ ଆଶ୍ଚର୍ଯ୍ୟଜନକ ମନେ ହେଉଥିଲେ ମଧ୍ୟ ଏବେ ଏହା ସଂପୂର୍ଣ୍ଣ ସାକାର ହେବାକୁ ଯାଉଛି। ଏଠାରୁ ବେଂଜି, ସାଂଘାଇ ସମେତ ଅନ୍ୟ ପ୍ରମଖ ସହରଗୁଡ଼ିକୁ ଉଡ଼ାଣ ଉପଲବ୍ଧ ହେବ। ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିବ।

ସମ୍ବନ୍ଧିତ ଖବର