ହଷ୍ଟନ୍‌: ଗୋଟାଏ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ ଭିତରକୁ ଟାଣି ହୋଇଯାଇ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ ବିମାନ ବନ୍ଦରରେ ଜଣେ ବିମାନ ବନ୍ଦର କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

Advertisment

ଘଟଣାଟି ଶୁକ୍ରବାର ସ୍ଥାନୀୟ ସମୟ ରାତି ୧୦.୨୫ରେ ଘଟିଛି। ଲସ୍‌ ଏଞ୍ଜେଲ୍‌ସ୍‌ରୁ ଆସିଥିବା ‘ଡେଲ୍‌ଟା ଏୟାର୍‌ ଲାଇନ୍‌ସ୍‌’ର ଉକ୍ତ ବିମାନ ଟେକ୍ସାସ୍‌ର ସାନ୍‌ ଆଣ୍ଟୋନିଓ ବିମାନ ବନ୍ଦରରେ ଅବତରଣ କରିଥିଲା। ଗୋଟିଏ ଇଞ୍ଜିନ୍‌ ଚାଲୁଥିବା ଅବସ୍ଥାରେ ବିମାନଟି ଧୀରେ ଧୀରେ ‘ଆରାଇଭାଲ୍‌ ଗେଟ୍‌’ ନିକଟକୁ ଯାଉଥିଲା ବେଳେ ବିମାନ ବନ୍ଦରର ଉକ୍ତ କର୍ମଚାରୀଜଣଙ୍କୁ ଶୋଷାଡ଼ି (ଟାଣି) ନେଇଥିଲା।

Texas airport worker dies after being 'sucked' into Delta plane engine |  DETAILS | World News – India TV Image Courtesy of India TV

ଇଞ୍ଜିନ୍‌ ଭିତରକୁ ଶୋଷାଡ଼ି ହୋଇ ମୃତ୍ୟୁବରଣ କରିଥିବା ଉକ୍ତ କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇନାହିଁ। କିନ୍ତୁ, ସେ ‘ୟୁନିଫାଇ ଆଭିଏସନ୍‌’ ନାମକ କମ୍ପାନିରେ କାମ କରୁଥିଲେ। ବିମାନ ବନ୍ଦରରେ ଅବତରଣ କରୁଥିବା ବିମାନଗୁଡ଼ିକ ପାଇଁ ଏହି କମ୍ପାନି ଆବଶ୍ୟକ ସେବା ପ୍ରଦାନ କରିଥାଏ। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟେସନ୍‌ ସେଫ୍‌ଟି ବୋର୍ଡ’ (ଏନ୍‌ଟିଏସ୍‌ବି) କହିଛି, ଆଟ୍‌ଲାଣ୍ଟାର ଉକ୍ତ ଏୟାର୍‌ଲାଇନ୍‌ ସହିତ ଯୋଗାଯୋଗ କରାଯାଇ ସୂଚନା ସଂଗ୍ରହ କରାଯାଉଛି।

ବିମାନ ପରିବହନ ସେବାର ଜଣେ କର୍ମଚାରୀଙ୍କ ବିୟୋଗ ଯୋଗୁଁ ମ୍ରିୟମାଣ‌ ହୋଇପଡ଼ିଥିବା କଥା ‘ଡେଲ୍‌ଟା ଏୟାର୍‌ ଲାଇନ୍‌ସ୍‌’ କହିଛି। ଏହି ଦୁଃଖଦ ସମୟରେ ଆମେ ତାଙ୍କର ପରିବାରବର୍ଗ, ବନ୍ଧୁବାନ୍ଧବ ଓ ପ୍ରିୟଜନମାନଙ୍କୁ ସମବେଦନା ଓ ଶାନ୍ତ୍ବନା ଦେଉଛୁ।

ଏହି ଦୁର୍ଘଟଣାରେ ‘ୟୁନିଫାଇ ଆଭିଏସନ୍‌’ ତରଫରୁ କୌଣସି ତ୍ରୁଟି ନ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।