ତେଲ ଅଭିଭ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ ଉପରେ ପ୍ରଥମ ଥର ପାଇଁ ଅନ୍ୟ ଦେଶରୁ ବିମାନ ଆକ୍ରମଣ ହୋଇଛି । ଶୁକ୍ରବାର ରାତିରେ ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା। ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା। ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ। ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ କେବେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚର ତ କେତେବେଳେ କ୍ଷେପଣାସ୍ତ୍ର ରେ ଆକ୍ରମଣ କରୁଛନ୍ତି।
କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ୍ କରିବାକୁ ଲେବାନନରୁ ଆସିଥିବା ୩ଟି ବିମାନ ଉଦ୍ୟମ କରିଥିଲା । କିନ୍ତୁ ଇସ୍ରାଏଲ ବାୟୁସେନା ଏହି ଆକ୍ରମଣକୁ ପଣ୍ଡ କରିଦେଇଥିଲା । କିନ୍ତୁ ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଏବେ ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Capture-2.png)