ନୂଆଦିଲ୍ଲୀ: ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସାଧାରଣ ନାଗରିକ ଏବଂ ତାଲିବାନ ସଦସ୍ୟଙ୍କ ସମେତ ୪୫ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ ବୁଧବାର କହିଛନ୍ତି। ପୂର୍ବ ଆଫଗାନିସ୍ତାନର ହେରାଟ ପ୍ରଦେଶର ଆଡ୍ରାସକାନ ଜିଲ୍ଲାର ରାଜ୍ୟପାଳ ଅଲି ଅହମ୍ମଦ ଫକିର ୟାର କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଅତି କମରେ ଆଠ ଜଣ ସାଧାରଣ ନାଗରିକ ଅଛନ୍ତି।
ସେ କହିଛନ୍ତି, "ଖାମ ଜିଆରାଟ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୪୫ଜଣ ପ୍ରାଣ ହରାଇଛନ୍ତି। ମୃତ ୪୫ଜଣଙ୍କ ମଧ୍ୟରେ ତାଲିବାନ ମଧ୍ୟ ରହିଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅତି କମରେ ଆଠ ଜଣ ସାଧାରଣ ନାଗରିକ ଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଅବଶିଷ୍ଟ ୩୭ଜଣଙ୍କ ମଧ୍ୟରୁ କେତେଜଣ ସାଧାରଣ ନାଗରିକ ଏବଂ କେତେଜଣ ତାଲିବାନ ସଦସ୍ୟ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।
Hindustan Timesଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଆଫଗାନିସ୍ତାନ ସୈନ୍ୟଙ୍କ ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିବା ଅଭିଯୋଗର ଯାଞ୍ଚ କରାଯାଉଛି। ଅନୁସନ୍ଧାନର ଫଳାଫଳ ଜନସାଧାରଣ ଏବଂ ଗଣମାଧ୍ୟମ ସହିତ ସେୟାର କରାଯିବ। ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା କରିବା ରାଷ୍ଟ୍ରୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀର ଦାୟିତ୍ବ। ପଡୋଶୀ ଗୁଜରା ଜିଲ୍ଲାର ସ୍ଥାନୀୟ ଅଧିକାରୀ ହବିବ ଆମିନି ଏହି ଘଟଣାକୁ ନିଶ୍ଚିତ କରି ୪୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକ ଆହତ ହୋଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-188.jpg)