ବକେୟା ଦେୟ ବାବଦରେ ଟେଲିକମ୍‌ ବିଭାଗକୁ ୧୦, ୦୦୦ କୋଟି ଟଙ୍କା ଦେଲା ଏୟାର୍‌ଟେଲ୍‌

ନୂଆଦିଲ୍ଲୀ: ବକେୟା ଥିବା ଦେୟ ବାବଦରେ ଭାରତୀ ଏୟାର୍‌ଟେଲ୍‌ ଆଜି ଟେଲିକମ୍‌ ବିଭାଗକୁ ୧୦, ୦୦୦ କୋଟି ଟଙ୍କା ଦେଇଛି। ଯଥାଶୀଘ୍ର ବକେୟା ଅର୍ଥ ପୈଠ କରିବାକୁ ସୁପ୍ରିମ୍‌ କୋର୍ଟ ଏବଂ କେନ୍ଦ୍ର ସରକାର କେତେକ ଟେଲିକମ୍‌ କମ୍ପାନିକୁ ଅଳ୍ପ ଦିନ ତଳେ ତାଗିଦ କରିଥିଲେ।

କମ୍ପାନିର ହିସାବପତ୍ର ସରିଲେ ବାକି ଅର୍ଥ ପୈଠ କରାଯିବ। ସୁପ୍ରମ୍‌ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସମସ୍ତ ବକେୟା ଦିଆ ସରିଥିବ ବୋଲି ଏୟାର୍‌ଟେଲ୍‌ କହିଛି।

Image Source: India Today

ଲାଇସେନ୍‌ସ୍‌ ଫି’ ଏବଂ ସ୍ପେକ୍ଟ୍ରମ୍‌ ୟୁସେଜ୍‌ ଚାର୍ଜ ବାବଦକୁ ଏୟାର୍‌ଟେଲ୍‌ ଠାରୁ ସରକାର ପ୍ରାୟ ୩୫, ୫୮୬ କୋଟି ଟଙ୍କା ପାଇବେ। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ୧୦, ୦୦୦ କୋଟି ଟଙ୍କା ପୈଠ କରିବ ବୋଲି ପୂର୍ବରୁ ଏୟାର୍‌ଟେଲ୍‌ କହିଥିଲା। ବାକି ଅର୍ଥ ମାର୍ଚ ୧୭ ପୂର୍ବରୁ ପୈଠ କରାଯିବ ବୋଲି ଏୟାର୍‌ଟେଲ୍‌ ଟେଲିକମ୍‌ ବିଭାଗକୁ କହିଛି।

ବକେୟା ପଡ଼ିଥିବା ଦେୟ ତୁରନ୍ତ ପୈଠ ତୁରନ୍ତ ପୈଠ କରିବାକୁ ଟେଲିକମ୍‌ ବିଭାଗ ଫେବ୍ରୁଆରି ୧୪ ତାରିଖରୁ ନୋଟିସ ଦେବା ଆରମ୍ଭ କରିଛି।
ଭାରତୀ ଏୟାର୍‌ଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ପ୍ରଭୃତି ଟେଲିକମ୍‌ କମ୍ପାନିଗୁଡ଼ିକ ଉପରେ ବହୁ ପରିମାଣର ଦେୟ ବକେୟା ରହିଛି।

ସମ୍ବନ୍ଧିତ ଖବର