ଅଜୟଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର- ୨୦୧୯ ପ୍ରଦାନ

ନୂଆଦିଲ୍ଲୀ :୨୦୧୯ ବର୍ଷ ପାଇଁ ଅନୁଦିତ ଓଡ଼ିଆ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ଲାଗି ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକଙ୍କୁ ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ କମାନୀ ସଭାଗୃହରେ ଆୟୋଜିତ ସ୍ବତନ୍ତ୍ର ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଡ. ଚନ୍ଦ୍ର ଶେଖର କମ୍ବର ପ୍ରଫେସର ଅଜୟଙ୍କ ସମେତ ମୋଟ ୧୯ ଭାଷାର ଅନୁବାଦକଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅଜୟ ପଟ୍ଟନାୟକ ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ ଲେଖିଥିବା ବେଳେ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ରେ ଶ୍ରେଷ୍ଠ ୨୫ଟି ହିନ୍ଦୀରୁ ଓଡ଼ିଆ ଅନୁଦିତ ଗଳ୍ପ ରହିଛି।

ସମ୍ବନ୍ଧିତ ଖବର