ତିହାର ଜେଲ୍‌ରୁ ଛୁଟିରେ ମୁକୁଳିଲେ ଅଜୟ ଚୌତାଲା; ପୁଅର ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇ ପାରନ୍ତି

ଚଣ୍ଡିଗଡ଼: ଦୁଇ ସପ୍ତାହ ଛୁଟି ମଞ୍ଜୁର ହେବା ପରେ ରବିବାର ସକାଳେ ତିହାର ଜେଲ୍‌ରୁ ମୁକୁଳିଛନ୍ତି ଜନନାୟକ ଜନତା ପାର୍ଟିର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ବାପା ଅଜୟ ଚୌତାଲା। ଗଣମାଧ୍ୟମ ସହ ପ୍ରଥମ ସାକ୍ଷାତ୍‌କାରରେ ସେ କହିଲେ ଯେ ବହୁ ପୁରାତନ ଦଳ କଂଗ୍ରେସର ଆଦର୍ଶ ବିରୋଧରେ ପ୍ରତିବାଦ କରି ଜନ୍ମିଥିବାରୁ ଜେଜେପି କଦାପି କଂଗ୍ରେସ ସହ ମେଣ୍ଟ କରିବ ନାହିଁ।

ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ତାଙ୍କ ପୁଅର ପାରଦର୍ଶୀତାକୁ ଆହୁରି ପ୍ରଶଂସା କରି ଅଜୟ ଚୌତାଲା କହିଲେ ଯେ ତାଙ୍କ ପୁଅ କଠୋର ପରିଶ୍ରମ ଏବଂ ଉତ୍ସର୍ଗ ମାତ୍ର ୧୧ ମାସରେ ସଂଗଠନଟାଏ ପ୍ରତିଷ୍ଠା କରି ପାରିଛି। ସେ ଆହୁରି କହିଲେ ଯେ ଦୁଷ୍ୟନ୍ତଙ୍କ ଦଳ ଦକ୍ଷ ରାଜନେତାଙ୍କ ସାମନାରେ ନିଜର ପାରଦର୍ଶୀତା ପ୍ରମାଣିତ କରିଛି।

Image Source: The Quint

ଶନିବାର ଦିନ ଅଜୟ ଚୌତାଲାଙ୍କୁ ଛୁଟି ମିଳିଥିବା କଥା ତିହାର ସେଣ୍ଟ୍ରାଲ୍‌ ଜେଲ୍‌ର ମହାନିର୍ଦେଶକ କହିଥିଲେ। ରବିବାର ଦିନ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ତାଙ୍କ ପୁଅର ଶପଥଗ୍ରହଣ ଉତ୍ସବରେ ସେ ଯୋଗ ଦେଇପାରନ୍ତି।

ସମ୍ବନ୍ଧିତ ଖବର