ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାରଦିନ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ତୃତୀୟ ଥର ପାଇଁ ସରକାର ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୩, ଅଗଷ୍ଟ ୨୨ ପର୍ଯ୍ୟନ୍ତ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। କ୍ୟାବିନେଟର ନିଯୁକ୍ତି କମିଟି ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସ୍ବୀକୃତି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଭଲ୍ଲାଙ୍କ କାର୍ଯ୍ୟକାଳ ପ୍ରଥମେ ୨୦୨୦ ଅକ୍ଟୋବରରେ ଅଗଷ୍ଟ ୨୨, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପରେ ଦ୍ବିତୀୟ ଥର ପାଇଁ ଗତବର୍ଷ ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୨, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ତେବେ ଚଳିତବର୍ଷ ମଧ୍ୟ ପୁଣିଥରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ajay-kumar-bhala.jpg)