ଅଜୟ ଭଲ୍ଲା ଗୃହ ସଚିବ ହେଲେ

ନୂଆଦିଲ୍ଲୀ : ଆସାମ-ମେଘାଳୟ କ୍ୟଡର୍‌ର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ଆଜି କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଗୃହ ସଚିବ ଥିବା ରାଜୀବ ଗୌବାଙ୍କୁ ଗତକାଲି କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତି ମିଳିବା ପରେ ଅଜୟ ଭଲ୍ଲା ଆଜି କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଭଲ୍ଲା ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ସ୍ବତନ୍ତ୍ର ଡ୍ୟୁଟିରେ ଜଣେ ଅଫିସର ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟାକ୍ଷତାରେ କ୍ୟାବିନେଟ୍‌ ନିଯୁକ୍ତି କମିଟି ଦ୍ବାରା ନୂଆ ଗୃହ ସଚିବଙ୍କ ନିଯୁକ୍ତିକୁ ମଂଜୁରି ମିଳିଛି। ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସେ ଗୃହ ସଚିବ ଦାୟିତ୍ବରେ ରହିବେ।

ସମ୍ବନ୍ଧିତ ଖବର