ନୂଆଦିଲ୍ଲୀ : ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାରସେଟ୍ଟି ମଙ୍ଗଳବାର ଭାରତର ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ‘ଅନ୍ତର୍ଜାତୀୟ ସମ୍ପତ୍ତି’ କହିଛନ୍ତି। ଭାରତର ଏନସଏ ଅଜିତ ଡୋଭଲ କେବଳ ରାଷ୍ଟ୍ରୀୟ ସମ୍ପତ୍ତି ନୁହନ୍ତି ବରଂ ସେ ଅନ୍ତର୍ଜାତୀୟ ସମ୍ପତ୍ତି ବୋଲି ଏରିକ୍‌ କହିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆମେରିକା ରାଷ୍ଟ୍ରଦୂତ ଉଚ୍ଚ ପ୍ରଶଂସା କରିଛନ୍ତି। ଏରିକ କହିଛନ୍ତି, ଭାରତୀୟମାନେ ଆମେରିକୀୟଙ୍କୁ ଭଲପାଆନ୍ତି ଏବଂ ଆମେରିକୀୟମାନେ ମଧ୍ୟ ଭାରତୀୟଙ୍କୁ ଭଲପାଆନ୍ତି। ଇତିମଧ୍ୟରେ ଆମେରିକା ଏନଏସଏ ଜେକ୍‌ ସୁଲ୍ଲିଭାନ ମଙ୍ଗଳବାର ୨ ଦିନିଆ ଭାରତ ଗସ୍ତରେ ଆସିଥିବାବେଳେ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭଲଙ୍କୁ ସେ ଭେଟିଥିଲେ ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।