ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ଏନସିପି ବିଧାୟକମାନେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୁମ୍ବାଇର ୱାଇବି ଚୌହାନ ସେଣ୍ଟରରେ ଦଳର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି । ଶରଦ ପାୱାର ପୂର୍ବରୁ ୱାଇବି ଚୌହାନ ସେଣ୍ଟରରେ ଉପସ୍ଥିତ ଥିଲେ। ଶରଦ ପାୱାର ଗୋଷ୍ଠୀର ଜିତେନ୍ଦ୍ର ଆୱାଡ, ଜୟନ୍ତ ପାଟିଲ ଏବଂ ରୋହିତ ପାୱାର ମଧ୍ୟ ତାଙ୍କୁ ଭେଟିବା ପାଇଁ ୱାଇବି କେନ୍ଦ୍ରରେ ପହଞ୍ଚିଥିଲେ ।
ଏହି ସାକ୍ଷାତ ପରେ ଅଜିତ ପାଓ୍ବାର ଗୋଷ୍ଠୀର ଜଣେ ନେତା କହିଛନ୍ତି ଯେ ଶରଦ ପାଓ୍ବାର ସେମାନଙ୍କ କଥା ଶୁଣିଲେ କିନ୍ତୁ କିଛି କହିଲେ ନାହିଁ ।
ରବିବାର ଦିନ ବି ଅଜିତ ପାୱାର, ଛଗନ ଭୁଜବଳ, ଅଦିତି ତଟକରେ, ହାସନ ମୁଶରିଫ, ଧନଞ୍ଜୟ ମୁଣ୍ଡେ, ଦିଲ୍ଲୀପ ୱାଲସେ ପାଟିଲ, ସୁନୀଲ ତଟକରେ, ସଞ୍ଜୟ ବନସୋଡେ ଓ ପ୍ରଫୁଲ୍ଲ ପଟେଲ ଶରଦ ପାୱାରଙ୍କୁ ଭେଟିଥିଲେ। ଦୁଇଦିନରେ ଦୁଇ ଥର ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି । କାରଣ ଶରଦ ପାଓ୍ବାର ସୋମବାର ବେଙ୍ଗାଲୁରୁରେ ହେଉଥିବା ବିରୋଧୀ ଦଳଙ୍କ ବୈଠକରେ ଯୋଗ ଦେଇନଥିଲେ । ଶରଦ ପାଓ୍ବାର ବିପକ୍ଷ ଏକତାର ଜଣେ ସବୁଠାରୁ ବଡ଼ ସୁତ୍ରଧର ହୋଇଥିଲେ ବି ସେ ଯୋଗ ନ ଦେବା ଓ ମୁମ୍ବାଇରେ ରହି ଅଜିତ ପାଓ୍ବାରଙ୍କୁ ସାକ୍ଷାତ କରିବା ଏକ ଭିନ୍ନ ସମ୍ମୀକରଣକୁ ଦର୍ଶାଉଛି ।