ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଏନ୍ସିପି ଗୋଷ୍ଠୀର ଅନ୍ୟ ମନ୍ତ୍ରୀମାନେ ଆଜି ଲଗାତାର ଦ୍ବିତୀୟ ଦିନରେ ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଅଜିତ ପାୱାର, ସୁନିଲ ତତ୍କରେ ଏବଂ ପ୍ରଫୁଲ ପଟେଲ ଆଜି ମୁମ୍ବାଇରେ ଶରଦ ପାୱାରଙ୍କୁ ଭେଟିଛନ୍ତି। ତେବେ ୨୪ ଘଣ୍ଟା ମଧ୍ୟରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଏହା ଦ୍ବିତୀୟ ସାକ୍ଷାତ। ବୈଠକ ପରେ ପ୍ରଫୁଲ ପଟେଲ କହିଛନ୍ତି, ଆଜି ମୁଁ, ଅଜିତ ପାୱାର ଏବଂ ସୁନିଲ ତତ୍କରେ ୱାଇବି ଚହ୍ବାନ ସେଣ୍ଟରରେ ଶରଦ ପାୱାରଙ୍କୁ ଭେଟିଲୁ। ଆମେ ପୁଣିଥରେ ତାଙ୍କୁ ଏନ୍ସିପିକୁ ଏକତ୍ରିତ ରଖିବା ନେଇ ଅନୁରୋଧ କଲୁ। ସେ ଆମ କଥା ଶୁଣିଲେ କିନ୍ତୁ କୌଣସି ଜବାବ ରଖିଲେନି। ଉଲ୍ଲେଖଯୋଗ୍ୟ ଯେ ରବିବାର ମଧ୍ୟ ଅଜିତ ପାୱାର ତାଙ୍କ କାକା ଶରଦ ପାୱାରଙ୍କୁ ଭେଟିଥିଲେ। ମିଳିଥିବା ସୂଚନାନୁଯାୟୀ ଅଜିତ ପାୱାର ଏବଂ ତାଙ୍କ ମନ୍ତ୍ରୀମାନେ ଏନ୍ସିପି ସୁପ୍ରିମୋଙ୍କୁ ଏନ୍ଡିଏରେ ଯୋଗ ଦେବାପାଇଁ ବୁଝାଇବାକୁ ଜୋରଦାର ଚେଷ୍ଟା କରିଛନ୍ତି। ରବିବାର ଶରଦ ପାୱାରଙ୍କୁ ଭେଟିବା ସମୟରେ କେବଳ ଅଜିତଙ୍କ ଗୋଷ୍ଠୀର ମନ୍ତ୍ରୀମାନେ ଉପସ୍ଥିତ ଥିଲେ କିନ୍ତୁ ଆଜିର ବୈଠକରେ ଅନେକ ଏନ୍ସିପି ବିଧାୟକ ଉପସ୍ଥିତ ଥିବା ଜଣାପଡ଼ିଛି।
୨୪ ଘଣ୍ଟାରେ ଦ୍ବିତୀୟ ଥର ପାଇଁ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର
/sambad/media/post_attachments/wp-content/uploads/2020/01/ajit-pawar-DNA-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)