ମୁମ୍ବାଇ : ଆଜି ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର  ଆସ୍ଥାଭୋଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନ ମଣ୍ଡଳ ସୁତ୍ରରୁ ଜଣାପଡିଛି ଯେ ଶନିବାର ଦିନ ଅପରାହ୍ଣ ୨ଟା ବେଳେ ଶିବସେନା-କଂଗ୍ରେସ-ଏନସିପିକୁ ନେଇ ଗଠିତ ମହାବିକାଶ ଅଗାଡି ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ ।

Advertisment

ଏବେ ଆଉ ଏକ ଚର୍ଚ୍ଚା ଜୋର ଧରିଛି ଯେ ଆସ୍ଥା ଭୋଟରେ ବିଜୟୀ ହେବାପରେ ଏନସିପିର ବରିଷ୍ଠ ନେତା ଅଜିତ ପାଓ୍ୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଘୋଷିତ କରାଯାଇପାରେ। ଗତ ଗୁରୁବାର ଦିନ ଶପଥ ଉଦ୍ଧବ ଠାକରେ ଶପଥ ଗ୍ରହଣ ସମୟରେ ହିଁ ଅଜିତଙ୍କୁ ଏହି ପଦର ଶପଥ ଦିଆଯାଇଥାନ୍ତା, ମାତ୍ର ପରେ ନିଷ୍ପିତ୍ତି ହୋଇଛି ଯେ,ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ସାମିଲ କରାଯିବ ଏବଂ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯିବ।

Image result for ajit pawar Image Source-Business standard

ସୂଚନାଯୋଗ୍ୟ, ଦେବେନ୍ଦ୍ର ଫଡ଼ନାଭିସ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ତାଙ୍କ ସହ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ମାତ୍ର ପରେ ସେ ଇସ୍ତଫା ଦେବା କାରଣରୁ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।