ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ଅଜିତ କୁମାରଙ୍କ ସହ ଏକ ଦୁର୍ଘଟଣା ଘଟିଛି। ୨୯ ଏପ୍ରିଲରେ, ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରି ଫେରୁଥିବା ସମୟରେ ଅଭିନେତା ବିମାନବନ୍ଦରରେ ପ୍ରଶଂସକମାନଙ୍କ ଦ୍ୱାରା ଘେରି ଯାଇଥିଲେ। ଏହି ସମୟରେ ସେ ଆହତ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଅଜିତ କୁମାର ଗତମଙ୍ଗଳବାର ନୂଆଦିଲ୍ଲୀରୁ ଫେରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଜିତ କୁମାରଙ୍କୁ କଳା କ୍ଷେତ୍ରରେ ପଦ୍ମଭୂଷଣରେ ସମ୍ମାନିତ କରିବା ପରେ ପ୍ରଶଂସକମାନେ ଚେନ୍ନାଇ ବିମାନବନ୍ଦରରେ ଅଭିନେତା ଅଜିତ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।