ଲକ୍ଷ୍ନୌ: ଏକ ଘରୋଇ ଟିଭି ଚ୍ୟାନେଲ୍ରେ ବିତର୍କରେ ଯୋଗ ଦେବା ପରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପାଇଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦାୟୀ କରିଛି କଂଗ୍ରେସ। ପାତ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। କଂଗ୍ରେସର ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଚିଠି ଲେଖି ଏହି ଦାବି କରିଛନ୍ତି। ପ୍ରୟାଗରାଜର ପୂର୍ବତନ ମହାନଗର ମହାସଚିବ ହସିବ୍ ଅହମ୍ମଦ ଡିଜିପିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ୧୨ ତାରିଖ ସନ୍ଧ୍ୟାରେ ଏକ ଘରୋଇ ଟିଭି ଚ୍ୟାନେଲ୍ରେ ରାଜନୈତିକ ବିଚାରଧାରାକୁ ନେଇ ଏକ ବିତର୍କରେ ଉଭୟେ ମୁହାଁମୁହିଁ ହୋଇଥିଲେ। ବିତର୍କବେଳେ ପାତ୍ର ତ୍ୟାଗୀଙ୍କୁ ଅଭଦ୍ର, ଅମର୍ଯ୍ୟାଦା ଏବଂ ଅଶୋଭନୀୟ ଟିପ୍ପଣୀ କରି ଅନର୍ଗଳ ଅଭିଯୋଗ କରିଥିଲେ। ଫଳରେ ପାତ୍ରଙ୍କ ଟିପ୍ପଣୀ ତ୍ୟାଗୀଙ୍କୁ ଗଭୀର ଆଘାତ ଦେଇଥିଲା। ଯେଉଁଥିପାଇଁ ତାଙ୍କର ହୃଦ୍ଘାତ ହୋଇଥିଲା। ଏବଂ ବିତର୍କ ଶେଷ ହେବାର କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦଳୀୟ କାର୍ଯ୍ୟକର୍ତ୍ତାମାନେ ଟିଭି ଚ୍ୟାନେଲ୍ରେ ହେଉଥିବା ବିତର୍କକୁ ବିଷ ବୋଲି ଆଖ୍ୟା ଦେଇଛନ୍ତି।
ତ୍ୟାଗୀଙ୍କ ମୃତ୍ୟୁ ପାଇଁ ସମ୍ବିତ ଦାୟୀ: କଂଗ୍ରେସ
/sambad/media/post_attachments/wp-content/uploads/2020/08/rajiv-tyagi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)