ଲକ୍ଷ୍ନୌ : ଅଯୋଧ୍ୟା ବିବାଦର ସମାଧାନ ପାଇଁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏଥିରେ ସମସ୍ତ ପକ୍ଷ ସହିତ କଥାବାର୍ତ୍ତା ପ୍ରୟାସ ଚଳାଇଥିବା ଆର୍ଟ ଅଫ୍‌ ଲିଭିଂ ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ରବିଶଙ୍କର ଆଲୋଚନା କରିଥିଲେ। ଏହାପରେ ସେ ତାଙ୍କର ଅତି ଘନିଷ୍ଠ କୁହାଯାଉଥିବା ପଣ୍ଡିତ ଅମରନାଥ ମିଶ୍ରଙ୍କ ବାସଭବନକୁ ଯାଇ ସେଠାରେ ବିଭିନ୍ନ ମୁସ୍‌୍‌ଲିମ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିଥିଲେ। ଆସନ୍ତାକାଲି ରବିଶଙ୍କର ଅଯୋଧ୍ୟା ଗସ୍ତ କରି ଏହି ବିବାଦ ସହିତ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି ସମାଧାନ ପାଇଁ ଉପାୟ ସ୍ଥିର କରିବେ। ଅଯୋଧ୍ୟାରେ ମୁସ୍‌୍‌ଲିମ ସଂପ୍ରଦାୟ ପ୍ରତିନିଧିଙ୍କ ସହିତ ମଧ୍ୟ ରବିଶଙ୍କରଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଏହି ମାମଲାରେ ରବିଶଙ୍କର କହିଥିଲେ ଯେ ଅଯୋଧ୍ୟା ମାମଲାରେ ତାଙ୍କର ମଧ୍ୟସ୍ଥତା ସକରାତ୍ମକ ପରିଣାମ ଆଣିବ।