ମୁମ୍ବାଇ : ବିଶିଷ୍ଟ ନିବେଶକ ସ୍ବର୍ଗତଃ ରାକେଶ ଝୁନଝୁନଓ୍ବାଲାଙ୍କ ଦ୍ବାରା ପ୍ରତିଷ୍ଠିତ ବିମାନ ସେବା କମ୍ପାନି ଆକାଶ ଏୟାର ଆସନ୍ତା ନଭେମ୍ବର ମାସରୁ ପୋଷା ଜନ୍ତୁମାନଙ୍କୁ ବିମାନରେ ନେବା ଆଣିବା କରିବାର ସୁଯୋଗ ପ୍ରଦାନ କରିବ । ଏଥିପାଇଁ ଅକ୍ଟୋବର ୧୫ରୁ ବୁକିଂ କରିହେବ ବୋଲି କମ୍ପାନିର ଅନ୍ୟତମ ପ୍ରତିଷ୍ଠାତା ବେଲସନ କୋଟିନୋ କହିଛନ୍ତି ।

Advertisment

ବିମାନରେ ପୋଷା ଜନ୍ତୁମାନଙ୍କୁ ଯନ୍ତା ବା ପିଞ୍ଜରାରେ ଭର୍ତ୍ତି କରି ନେଇହେବ । ଯନ୍ତା ବା ପିଞ୍ଜରାର ସର୍ବାଧିକ ଓଜନ ୭ କିଲୋ ରହିବ । ସେହିପରି ପୋଷା ଜନ୍ତୁକୁ ଭର୍ତ୍ତି କରିବା ପରେ ତାହାର ସର୍ବାଧିକ ଓଜନ ୩୨ କିଲୋ ହୋଇପାରିବ । ପୋଷାଜନ୍ତୁଙ୍କୁ କାର୍ଗୋ କିମ୍ବା କ୍ୟାବିନ ଭିତରେ ନେଇହେବ ।

ଗୃହପାଳିତ ପଶୁମାନଙ୍କୁ କିପରି ପାଳନ କରାଯିବ ଓ ସେ ସମ୍ପର୍କରେ ଯାତ୍ରୀମାନଙ୍କୁ ସଚେତନ କରିବାକୁ ଏୟାର ଏସିଆ ଏକ ଏନଜିଓର ସହାୟତା ନେବ । ଏବେ ଏୟାରଇଣ୍ଡିଆ ନିଜ ବିମାନରେ ଗୃହପାଳିତ ପଶୁମାନଙ୍କୁ ଅନୁମତି ଦେଉଛି ।

ସ୍ୱର୍ଗତ ରାକେଶ ଝୁନଝୁନଓ୍ବାଲାଙ୍କ ପ୍ରତିଷ୍ଠିତ ଏହି ବିମାନ କମ୍ପାନୀ ୨୦୨୩ର ଦ୍ୱିତୀୟାର୍ଦ୍ଧରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାର ଯୋଜନା ରହିଛି ।

ଏହି ବିମାନ କମ୍ପାନି ବର୍ତ୍ତମାନ ଘରୋଇ ରୁଟରେ ୩୦ଟି  ବିମାନ ଚଳାଚଳ କରୁଛି । ଅଗଷ୍ଟ ୭ରେ ବିମାନ ସେବା ଆରମ୍ଭ ହୋଇଥିଲା । ଆକାଶ ଏୟାର ସିଇଓ ବିନୟ ଦୁବେ ଗୁରୁବାର କହିଛନ୍ତି ଯେ ପ୍ରଥମ ୬୦ ଦିନ ମଧ୍ୟରେ ବିମାନ କମ୍ପାନିର ପ୍ରଦର୍ଶନ “ସନ୍ତୋଷଜନକ ରହିଛି ।