ଆକାଶ ଅମ୍ବାନି-ଶ୍ଲୋକା ମେହଟା ବିବାହ ଉତ୍ସବ

ମୁମ୍ବାଇ : ଭାରତର ସବୁଠାରୁ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ଏବଂ ବିଶ୍ବର ପ୍ରଖ୍ୟାତ ହୀରା ବ୍ୟବସାୟୀ ରସେଲ ମେହେଟାଙ୍କ ଝିଅ ଶ୍ଲୋକା ମେହେଟାଙ୍କ ବିବାହ ଉତ୍ସବ ଆଜି ସଂପନ୍ନ ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଜିଓ ଵାର୍ଲଡ ସେଣ୍ଟରେ ଆୟୋଜିତ ଏହି ଉତ୍ସବରେ ପୂର୍ବ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍‌ଟ ସିଇଓ ସତ୍ୟ ନାଡେଲା ଏବଂ ଜାତିସଂଘର ପୂର୍ବ ମହାସଚିବ ବାନ୍‌ କୀ ମୁନ୍‌ ସମେତ ୫୦ରୁ ଅଧିକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗଦେଇଛନ୍ତି। ସେହିଭଳି କର୍ପୋରେଟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବଲିଉଡ ତାରକାଙ୍କ ବଡ଼ ସମାଗମ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର