ନିର୍ବନ୍ଧ କଲେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ

ମୁମ୍ବାଇ: ରିଲାଏନ୍ସ କମ୍ପାନିର ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କର ଶନିବାର ଗୋଆ ଠାରେ ନିର୍ବନ୍ଧ ସଂପନ୍ନ ହୋଇଛି। ସେ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଏହି ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳୁଛି । ତେବେ, ଏନେଇ ପରିବାର ତରଫରୁ କୌଣସି ସୁଚନା ମିଳିନାହିଁ । ନିର୍ବନ୍ଧର ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଆକାଶ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ସେୟାର କରିଛନ୍ତି।

 

#akashambani

A post shared by Akash Ambani (@ambani_akash) on

ଆକାଶ, ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ୁଥିବା ସମୟରେ ଶ୍ଲୋକାଙ୍କ ସହିତ ସାକ୍ଷାତ ହୋଇଥିଲା। ସେଠାରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଆକାଶ ରିଲାଏନ୍ସ କମ୍ପାନିର ଜଣେ ବୋର୍ଡ଼ ମେମ୍ବର ହୋଇଥିବା ବେଳେ ଶ୍ଳୋକା ‘କନେକ୍ଟଫର’ଆପ୍‌ର ସହ-ପ୍ରତିଷ୍ଠାତା । ଉଭୟଙ୍କ ବିବାହ ଏହି ବର୍ଷ ଡ଼ିସେମ୍ବର ମାସରେ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ଏନେଇ ମିଡ଼ିଆକୁ କିଛି ସୂଚନା ପ୍ରଦାନ କରିନାହାନ୍ତି ଅମ୍ବାନୀ ଏବଂ ମେହେତା ପରିବାର ।

“ମୁଁ ବହୁତ ଖୁସି, ଆମର ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହେଲା। ବର୍ତ୍ତମାନ ମୁଁ ଏବଂ ଶ୍ଲୋକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ । ସେ ଜଣେ ବହୁତ ସ୍ୱତନ୍ତ୍ର ଏବଂ ଦୟାଳୁ ହୃଦୟର ମହିଳା” ବୋଲି ଗଣମାଧ୍ୟମକୁ କହିଛନ୍ତି ଆକାଶ ଅମ୍ବାନୀ।

ସମ୍ବନ୍ଧିତ ଖବର