ନୂଆଦିଲ୍ଲୀ: ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ ଆକବରଙ୍କୁ ଆଜି ଆଉ ଏକ ମି ଠୁ ଝଟ୍କା ଲାଗିଛି। ଆଜି ଆଉଜଣେ ମହିଳା ତାଙ୍କ ବିରୋଧରେ େଯୗନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଖବରକାଗଜ ଡେକାନ୍ କ୍ରୋନିକଲ୍ରେ ଆକବରଙ୍କ ସହିତ କାମ କରିଥିବା ତୁଶିତା ପଟେଲ୍ କହିଛନ୍ତି, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ୩ଟି ଘଟଣାରେ ତାଙ୍କୁ ଅସଦାଚରଣ କରିଥିଲେ। କାମ ପାଇଁ ଆଲୋଚନା କରିବାକୁ ଡକାଇ ତାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିବା ସେ କହିଛନ୍ତି। ସ୍କ୍ରଲ୍ରେ ଏକ ଖୋଲା ଚିଠିରେ ତୁଶିତା ଉଲ୍ଲେଖ କରିଛନ୍ତି ଯେ ୧୯୯୨ ମସିହାରେ ଆକବର ତାଙ୍କୁ ବାରମ୍ବାର ଘରକୁ ଡାକୁଥିଲେ। କୋଲ୍କାତାସ୍ଥିତ ତାଙ୍କ ହୋଟେଲ୍କୁ ମଧ୍ୟ ଡାକୁଥିଲେ। ସେତେବେଳେ ସେ ଟେଲିଗ୍ରାଫ୍ରେ କାମ କରୁଥିଲେ। ତୁଶିତା କହିଛନ୍ତି େଯ ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା ଏବଂ ସାମ୍ବାଦିକତା କ୍ଷେତ୍ରରେ ସେ ନୂଆକରି କ୍ୟାରିୟର ଆରମ୍ଭ କରୁଥିଲେ। ଥରେ ତାଙ୍କୁ ଆକବର ଘରକୁ ଡକାଇଥିଲେ। କିନ୍ତୁ ଆକବର ସେଦିନ କେବଳ ଅନ୍ତଃବସ୍ତ୍ର ପିନ୍ଧିବା ଅବସ୍ଥାରେ କବାଟ ଖୋଲିଥିଲେ।
ଏହାର ବର୍ଷକ ପରେ ସେ ଡେକାନ୍ କ୍ରୋନିକଲ୍ରେ ଯୋଗଦେଲେ, ଯେଉଁଥିରେ ଆକବର ମୁଖ୍ୟ ସମ୍ପାଦକ ଥିଲେ। ଦିନେ ଆକବର ତାଙ୍କୁ ହୋଟେଲ୍କୁ ଡାକିଥିଲେ। କିନ୍ତୁ ସେଠାରେ ତାଙ୍କୁ ଆକବର ଜୋର ଜବରଦସ୍ତ ଭିଡ଼ିନେଇ ଚୁମ୍ବନ ଦେଇଥିଲେ। ପରଦିନ ସେ ଆକବରଙ୍କୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆକବର ତାଙ୍କୁ ସମ୍ମିଳନୀ କକ୍ଷକୁ ଡାକି ପୁଣି ଭିଡ଼ିଧରି ଚୁମ୍ବନ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଡଜନେରୁ ଅଧିକ େଯୗନ ନିର୍ଯାତନାର ସାମ୍ନା କରୁଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଆକବର ଗତକାଲି ସାମ୍ବାଦିକା ପ୍ରିୟା ରମାନିଙ୍କ ବିେରାଧରେ ମାନହାନି ମୋକଦ୍ଦମା କରିଛନ୍ତି। ସେହିଭଳି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ଆକବରଙ୍କ ସଙ୍କଟ ବଢ଼ିଲା
ପୁଣି ଯୌନ ନିର୍ଯାତନା ଅଭିଯୋଗ : ତୁଶିତା ପଟେଲ୍ଙ୍କ ସହ ୩ଟି ଘଟଣା
/sambad/media/post_attachments/wp-content/uploads/2018/10/MeToo-Akbar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)