ମୋଗଲ ସମ୍ରାଟ ଆକବରଙ୍କୁ ଚରିତ୍ରହୀନ ଆଖ୍ୟା ଦେଲେ ବିଜେପି ନେତା

0

ଜୟପୁର: ମୋଗଲ ସମ୍ରାଟ ଆକବର ଜଣେ ଚରିତ୍ରହୀନ ଥିଲେ ସେ ବିକାନିର ରାଣୀଙ୍କୁ ଅସଦାଚରଣ କରିଥିଲେ | କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନଲାଲ ସଇନି | ମହାରାଣା ପ୍ରତାପଙ୍କ ୪୭୯ ତମ ଜୟନ୍ତୀ ଅବସରରେ ସଇନି କହିଛନ୍ତି ଯେ ଆକବର ମହାନ ନଥିଲେ | ମହାରାଣା ପ୍ରତାପ ଓ ଆକବରଙ୍କର ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି |

ସେ କହିଛନ୍ତି ଯେ ମହାରାଣା ପ୍ରତାପ ଏକ ଆଦର୍ଶ ସ୍ଥାପିତ କରିଥିଲେ | ନିଜର ସବୁ ସୁଖ ସୁବିଧାକୁ ଛାଡି ସମ୍ପୂର୍ଣ୍ଣ ଜୀବନ ସଂଘର୍ଷ କରିଥିଲେ | କିନ୍ତୁ ଆକବର ମୀନା ବଜାରର ଆୟୋଜନ କରୁଥିଲେ | ସେଠାକୁ ଛଦ୍ମବେଶରେ ମହିଳାଙ୍କ ବେଶରେ ଯାଉଥିଲେ|

ମୀନା ବଜାର ଏଭଳି ଏକ କାର୍ଯ୍ୟକ୍ରମ ଥିଲା ଯେଉଁଠି କେବଳ ମହିଳାମାନେ ଉଭୟ କ୍ରେତା ଓ ବିକ୍ରେତା ସାଜୁଥିଲେ | ସେଠାକୁ ପୁରୁଷଙ୍କୁ ଯିବାକୁ ଅନୁମତି ନଥିଲା ତେବେ ଆକବର କିନ୍ତୁ ଯାଉଥିଲେ | ସଇନି କହିଛନ୍ତି ଯେ ବିକାନିରର ରାଣୀ କିରଣ ଦେବୀଙ୍କୁ ଆକବର ଅସଦାଚରଣ କରିଥିଲେ |

ସମ୍ବନ୍ଧିତ ଖବର