କଂପାଲା: ଆଫ୍ରିକୀୟ ଦେଶ ଉଗାଣ୍ଡାରୁ ଆସିଛି ଏକ ବିସ୍ମୟଜନକ ଖବର। ସେଠାକାର ଏକ ଜେଲ୍ରୁ ଶହେରୁ ଅଧିକ କଏଦୀ ଉଲଗ୍ନ ହୋଇ ଫେରାର ହୋଇଯାଇଛନ୍ତି ।
କଏଦୀ ଫେରାର ଘଟଣା ଉଗାଣ୍ଡାର ପୂର୍ବଭାଗରେ ଅବସ୍ଥିତ ମୋରୋଟୋ ଜିଲ୍ଲାର ସେନା କ୍ୟାମ୍ପ ପାଖରେ ଥିବା ଏକ ଜେଲ୍ରେ ଘଟିଛି। ଜେଲରେ ବନ୍ଦୀଥିବା ୨୦୦ କଏଦୀ ପ୍ରଥମେ କିଛି ସୁରକ୍ଷାକର୍ମୀଙ୍କୁ କାବୁ କରିଥିଲେ । ପରେ ସେମାନଙ୍କୁ ପିନ୍ଧିବାକୁ ଦିଆଯାଉଥିବା ହଳଦିଆ ରଙ୍ଗର ପୋଷାକ ଖୋଲି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହୋଇଯାଇଥିବା କଏଦୀଙ୍କୁ ଧରିବା ଲାଗି ଧରପଗଡ଼ ଚାଲିଛି।
/sambad/media/post_attachments/05e869ba051e53e167c6f92d3d0ac3f05d748aba3692394068ef28da91724f93.jpg)
ତେବେ ଏହି ଘଟଣା ଘଟିବା ପରେ ସେନା ମୁଖପାତ୍ର କହିଛନ୍ତି, କାର୍ଯ୍ୟରତ ଓ୍ବାର୍ଡେନଙ୍କୁ କାବୁ କରି ଫେରାର ହେବାରେ ସେମାନେ ସକ୍ଷମ ହୋଇଛନ୍ତି । ସେମାନେ ସମସ୍ତେ ପଶୁ ଚୋରି ମାମଲାରେ ଜେଲ୍ରେ ଥିଲେ। ତେବେ ଉଲଗ୍ନ ଅବସ୍ଥାରେ କଏଦୀମାନେ ଫେରାର ହୋଇଥିବାରୁ ସେମାନେ ନିଶ୍ଚୟ ପ୍ରଥମେ ପିନ୍ଧିବାକୁ ପୋଷାକ ଖୋଜିବେ। ଏଥିପାଇଁ ୨୦୦କଏଦୀ କୌଣସି ପୋଷାକ ଦୋକନ ଲୁଟ୍ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏ ନେଇ ମଧ୍ୟ କଡ଼ା ଦୃଷ୍ଟି ରଖା ଯାଇଛି ବୋଲି ସେନା ପକ୍ଷରୁ ପ୍ରକାଶ।