ଲକ୍ଷ୍ନୌ: ଆଗକୁ ଲୋକସଭା ନିର୍ବାଚନ। ଏବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଘରକଳି ପଦାରେ ପଡ଼ିବାକୁ ଯାଉଛି। ୨୦୨୨ ବିଧାନସଭା ନିର୍ବାଚନ ପରି ଅବସ୍ଥା ଏବେ ସୃଷ୍ଟି ହୋଉଛି। ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ଗଡ଼ କୁହାଯାଉଥିବା ମୈନପୁରୀ ଲୋକସଭା ଆସନରେ ମୁଲାୟମ ସିଂ ଯାଦବଙ୍କ ଛୋଟ ବୋହୂ ଅପର୍ଣ୍ଣା ଯାଦବଙ୍କୁ ବିଜେପି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି। ଏପରି ହେଲେ ବଡ଼ ବୋହୂ ଏବଂ ସାନ ବୋହୂ ମୁହାଁମୁହିଁ !!! ହେବେ।
ଅପର୍ଣ୍ଣା ଗତ କିଛି ଦିନ ଧରି ବିଜେପିର ବଡ଼ ବଡ଼ ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ସେ ପ୍ରଥମେ ବିଜେପିର ରାଷ୍ଟ୍ରୀୟ ମହାସଚିବ ସୁନୀଲ ବଂଶଲଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ।
ଅପର୍ଣ୍ଣାଙ୍କ ଏଭଳି କାର୍ଯ୍ୟ ରାଜ୍ୟ ରାଜନୀତିରେ ଉଷ୍ଣତା ଭରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶର ୨୪ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ। ଏପରିସ୍ଥଳେ କେତେକ ମିଡ଼ିଆ ସଂସ୍ଥାଙ୍କ ଅନୁସାରେ ବିଜେପି ଡିମ୍ପଲ ଏବଂ ଅଖିଳେଶଙ୍କୁ ଅସୁବିଧାରେ ପକାଇବା ପାଇଁ ଅପର୍ଣ୍ଣାଙ୍କୁ ପ୍ରାର୍ଥୀ କରିପାରେ।
ମୁଲାୟମଙ୍କ ମୃତ୍ୟୁ ପରେ ବଡ଼ ବୋହୂ ଡିମ୍ପଲ ମୈନପୁରୀ ଆସନରୁ ସାଂସଦ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଡିମ୍ପଲ ମୈନପୁରୀରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଛନ୍ତି।
ତେବେ ବିଜେପିର ବଡ଼ ନେତାଙ୍କୁ ଭେଟିବା ନେଇ ଅପର୍ଣ୍ଣା କହିଛନ୍ତି ଏହା ସୌଜନ୍ୟ ମୂଳକ ସାକ୍ଷାତ୍ ଥିଲା। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ। ଏହି ଚର୍ଚ୍ଚାକୁ ନେଇ ଡିମ୍ପଲ କହିଛନ୍ତି କେହି କାହାକୁ ଭେଟିବା କିଛି ଖରାପ ନୁହେଁ। ଏନେଇ ଚର୍ଚ୍ଚା ହେବା ଉଚିତ୍ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-19-at-3.39.17-PM.jpeg)