ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଆରଜେଡି ପ‌ରେ ଟିଏମସିକୁ ସମର୍ଥନ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ରାହାଜିଙ୍ଗଠାରେ ଆୟୋଜିତ ଏକ ସଭାରେ ମମତାଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପଶ୍ଚିମବଙ୍ଗରେ ଥିବା ତାଙ୍କର ସମର୍ଥକ ଓ ଦଳର ନେତାମାନେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ କାମ କରିବେ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦ ଟିଏମସି ସମର୍ଥନରେ ନିର୍ବାଚନ ପ୍ରଚାର କରିବେ।

ମମତାଙ୍କୁ ସମର୍ଥନ ଜଣାଇ ଅଖିଳେଶ କହିଥିଲେ କି, ସେ କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ଟିଏମସିର ବିଜୟ ସମାଜବାଦୀ ପାର୍ଟିର ବିଜୟ ବୋଲି ସେ କହିଥିଲେ । ଏବେ ପଶ୍ଚିମବଙ୍ଗରେ ବିଜେପିର ସମର୍ଥକମାନେ ଲୁଚି ରହିଛନ୍ତି । ନିର୍ବାଚନ ସରିଗଲେ ସେମାନେ ପୁଣି ଉତ୍ତରପ୍ରଦେଶ ଆସିବେ ହେଲେ ଉତ୍ତରପ୍ରଦେଶର ଜନତା ସେମାନଙ୍କୁ ଗ୍ରହଣ କରିବେ ନାହିଁ ।

Mamata Banerjee trying hard for image makeover, Opinions & Blogs News | wionews.com
WION

ସେପଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗର ମାଳଦାରେ କରିଥିବା ନିର୍ବାଚନ ରାଲିକୁ ନେଇ ଅଖିଳେଶ କହିଛନ୍ତି କି ଯୋଗୀ ସେଠାକୁ ଯାଉଛନ୍ତି ଯେଉଁ ଅଞ୍ଚଳର ଭାଷା ସେ ଜାଣି ନାହାନ୍ତି । ସେଠାରେ ଯେତେବେଳେ ସେ ଲଭ୍ ଜିହାଦକୁ ନେଇ ଭାଷଣ ଦେଉଥିଲେ ସେତେବେଳେ ସେ ଲୋକମାନଙ୍କୁ ସୂଚନା ଦେବା ଦରକାର ଥିଲା କି ଉତ୍ତରପ୍ରଦେଶରେ କେତେ ଯୁବକ ବେରୋଜଗାର ଅଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଗୋଟିଏ ପଟେ ଆରଜେଡି ମମତାଙ୍କୁ ସମର୍ଥନ କରୁଛି ତ ଅନ୍ୟପଟେ ସମାଜବାଦୀ ପାର୍ଟି ମମତାଙ୍କୁ ସମର୍ଥନ ଜଣାଇଛି । ଏମାନଙ୍କ ସମର୍ଥନକୁ ବ୍ୟବହାର କରି ମମତା କିଭଳି ବିଜେପିକୁ ମାତ୍ ଦେବେ ତାହା କେବଳ ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର