ଲକ୍ଷ୍ମୌ : ମାଫିଆ ଡନ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦକୁ ଗୁଜରାଟରୁ ଉତ୍ତରପ୍ରଦେଶ ଅଣାଯାଉଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଧହୁଏ ତାଙ୍କ ମନ୍ତ୍ରୀମାନଙ୍କୁ କହିସାରିଥିବେ ଯେ ବାଟରେ ଗାଡ଼ିଟି ଓଲଟି ଯିବ । ସେଥିପାଇଁ ମନ୍ତ୍ରୀମାନେ ମନଇଚ୍ଛା ବୟାନ ଦେଇଚାଲିଛନ୍ତି । ଅଖିଳେଶ କହିଛନ୍ତି ଯେ ପୁଲିସ ଯଦି ଏଭଳି କୌଣସି ପ୍ରୟାସ କରିବ ତାହାର ପ୍ରକୃତ ତଥ୍ୟ ଗୁଗୁଲ୍ ମ୍ୟାପ୍ ଏବଂ ଲୋକେସନ୍ ଜରିଆରେ ମିଳିପାରିବ।
ଉମେଶପାଲ ହତ୍ୟା ମାମଲାର ତଦନ୍ତ କରୁଥିବା ୟୁପି ପୁଲିସ ରବିବାର ଗୁଜରାଟର ସାବରମତୀ ଜେଲରେ ପହଞ୍ଚିଛି। ଏଠାରେ ଜେଲରେ ଥିବା ମାଫିଆ ଅତିକ୍ ଅହମ୍ମଦଙ୍କୁ ସଡ଼କ ପଥରେ ପ୍ରୟାଗରାଜ ଅଣାଯିବ, ଯେଉଁଠାରେ ତାଙ୍କୁ ଉମେଶ ପାଲ ମାମଲାରେ ପଚରାଉଚରା କରାଯିବ ବୋଲି କୁହାଯାଉଛି। ଆତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ଏହି ମାମଲାରେ ଅଭିଯୁକ୍ତ।
ଅନ୍ୟପକ୍ଷରେ ଅତୀକ ଅହମ୍ମଦ ଉତ୍ତରପ୍ରଦେଶ ପୁଲିସକୁ ଦେଖି ଛାନିଆ ହୋଇଯାଇଛି । ସେ କହିଛି ଯେ ସେ ଗୁଜରାଟ ଜେଲରେ ଠିକଠାକ ଅଛି, ଉତ୍ତରପ୍ରଦେଶ ଯିବାକୁ ଚାହୁଁନାହିଁ । କାରଣ ଉତ୍ତରପ୍ରଦେଶ ପୁଲିସ ଏନକାଉଣ୍ଟର କରିବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-26-at-18.45.31.jpeg)