ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବସପା) ଚୂଡ଼ାନ୍ତ ଆସନ ବଣ୍ଟନ ସ୍ଥିତି ଘୋଷଣା କରିବା ପରେ ଏବେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ସପା ୩୭ ଏବଂ ବସପା ୩୮ ଆସନରେ ଲଢ଼ିବାକୁ ଘୋଷଣା କରିଥିବା ବେଳେ ସପାକୁ ମିଳିଥିବା ଅଧିକାଂଶ ଆସନରେ ବହୁଜନ ସମାଜ ପାର୍ଟିର ପ୍ରଭାବ ଅଧିକ ରହିଛି। ଗତ ଲୋକସଭା ନିର୍ବାଚନରେ ଯେଉଁଠି କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିଲା ସେହି ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ସପା ଭାଗରେ ପଡ଼ିଛି। ଏହି ଆସନଗୁଡ଼ିକ ଉପରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ସର୍ବାଧିକ ଗୁରୁତ୍ବ ଦେଇ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହିତ ତାଙ୍କର ସିଧାସଳଖ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ଏହା ପୂର୍ବରୁ ସପାରେ ବଡ଼ ଧରଣର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି। ସପା ଶକ୍ତିଶାଳୀ ଥିବା ଆସନ ବସପାକୁ ମିଳିଥିବାରୁ ଏଭଳି ସ୍ଥିତି ଉପୁଜିଛି। କଂଗ୍ରେସ ଫୋକସ୍ରେ ଥିବା ଆସନଗୁଡ଼ିକ ବିଏସ୍ପି ଭାଗରେ ପଡ଼ିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ଏବଂ ମାୟାବତୀ ମଧ୍ୟ କଂଗ୍ରେସକୁ କଡ଼ା ସମାଲୋଚନା ଆରମ୍ଭ କରିଦେଇଥିଲେ। ତେବେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହେବାପରେ ଏସବୁ ଆସନ ସପା ଭାଗରେ ପଡ଼ିଥିବାରୁ ଆଗକୁ ସପା-କଂଗ୍ରେସ ପରସ୍ପର ବିରୋଧରେ କର ବା ମର ଲଢ଼େଇରେ ଅବତୀର୍ଣ୍ଣ ହେବେ। ୨୦୧୪ରେ ଉତ୍ତର ପ୍ରଦେଶରେ ୮୦ ଲୋକସଭା ଆସନରୁ କଂଗ୍ରେସ କେବଳ ଦୁଇଟି ଆସନ ଆମେଥି ଏବଂ ରାୟବରେଲିରେ ବିଜୟ ହାସଲ କରିଥିଲା। ଦଳ ମାତ୍ର ୬ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ସେଥିରେ ଲକ୍ଷ୍ନୌ, କାନପୁର, କୁଶୀନଗର, ଗାଜିୟାବାଦ, ସାହରନପୁର ଏବଂ ବାରବାଙ୍କି ଆସନ ରହିଥିଲା। ଏବେ ଉତ୍ତର ପ୍ରଦେଶରେ ୨୦ଟି ଆସନକୁ ଟାର୍ଗେଟ୍ କରି ପ୍ରିୟଙ୍କା ତାଙ୍କ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଥିବା ବେଳେ ଏସବୁ ଆସନରେ ସପା ପ୍ରାର୍ଥୀଙ୍କ ବିଜୟ ପାଇଁ ଅଖିଳେଶ ଅଣ୍ଟା ଭିଡ଼ିଛନ୍ତି।
ୟୁପିରେ ଅଖିଳେଶ-ପ୍ରିୟଙ୍କା ସିଧା ଲଢ଼େଇ: ୨୦ ଆସନ ପାଇଁ ପ୍ରିୟଙ୍କାଙ୍କ ସ୍ବତନ୍ତ୍ର ରଣନୀତି
ବସପା ପ୍ରଭାବ ଥିବା ଆସନ ଏସ୍ପି ଦଖଲରେ, ସପାରେ ବଢ଼ି ଚାଲିଛି ଦଳୀୟ କନ୍ଦଳ
/sambad/media/post_attachments/wp-content/uploads/2019/02/priyanka.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)