ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଳେଶ

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ଅଖିଳେଶ ଯାଦବ ମଙ୍ଗଳବାର ଇସ୍ତଫା ଦେଇଛନ୍ତି।
ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଗୃହରେ ସଦସ୍ୟତାରୁ ଇସ୍ତଫା ଦେଉଥିବା ନେଇ ସୂଚନା ଦେବା ସହ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରୂପେ ଅଖିଲେଶ ଯାଦବ କରହଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରୂପେ କରହଲ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ଅଖିଲେଶ ଯାଦବ ଆଜମଗଡ ଲୋକସଭା କ୍ଷେତ୍ରର ସାଂସଦ ରୂପେ ନିର୍ବାଚିତ ହୋଇ ସଂସଦରେ ସାଂସଦ ଥିଲେ।

ଏସପି ନେତା ଆଜମ ଖାନ ମଧ୍ୟ ଲୋକସଭାରେ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ରାମପୁର ବିଧାନସଭା ଆସନରୁ ବିଧାୟକ ଭାବେ ଜିତଛନ୍ତି।

ସମ୍ବନ୍ଧିତ ଖବର