ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଵକଫ୍ ବିଲ୍କୁ ନେଇ ଜୋରଦାର ବିତର୍କ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ ଚୟନକୁ ନେଇ କଥା କଟାକଟି ହୋଇଥିଲା। ଅଖିଳେଶ ଯାଦବ କହିଥିଲେ, ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ଦାବି କରୁଥିବା ଦଳ ଏପର୍ଯ୍ୟନ୍ତ ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିପାରି ନାହିଁ। ଏହାକୁ ନେଇ ବିରୋଧୀ ଦଳ ଭିତରେ ହାସ୍ୟରୋଳ ଉଠିଥିଲା ଏବଂ ଅମିତ ଶାହ ମଧ୍ୟ ନିଜ ହସକୁ ରୋକିପାରି ନ ଥିଲେ।
ସେ ଅଖିଳେଶଙ୍କ କଥାର ତୁରନ୍ତ ଜବାବ ଦେଇ କହିଥିଲେ ଯେ ବିଜେପିରେ ଏହି ପ୍ରକ୍ରିୟା ଅନ୍ୟ ଦଳଠାରୁ ଭିନ୍ନ, ଅନ୍ୟ ଦଳରେ ପରିବାର ସଦସ୍ୟଙ୍କ ମଧ୍ୟରୁ ସଭାପତି ଚୟନ କରାଯାଇଥାଏ। ଶାହ କହିଥିଲେ, ଅଖିଳେଶଜୀ ହସି ହସି ତାଙ୍କ ମନ୍ତବ୍ୟ ଦେଇଛନ୍ତି, ତେଣୁ ମୁଁ ମଧ୍ୟ ସମାନ ଢଙ୍ଗରେ ଜବାବ ଦେବି। ଏହି ଗୃହରେ ଆମଠାରୁ ଦୂରରେ ବସିଥିବା ସମସ୍ତ ଦଳରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି, ଯେଉଁମାନେ ପରିବାରର ମାତ୍ର ପାଞ୍ଚ ଜଣ ସଦସ୍ୟଙ୍କ ମଧ୍ୟରୁ ଚୟନ ହୋଇଥାନ୍ତି। କିନ୍ତୁ ଆମ ଦଳରେ ଆମକୁ ୧୨ରୁ ୧୩ କୋଟି ସଦସ୍ୟଙ୍କୁ ନେଇ ଏକ ପ୍ରକ୍ରିୟା ପାଳନ କରିବାକୁ ପଡ଼ିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/BqOpf917w0oyNiE2r7Nt.jpg)