ଅଖିଳେଶଙ୍କୁ ମାୟାବାତୀଙ୍କ ଆଗରେ ଆଣ୍ଠେଇବାକୁ ହେବ: ସପା ବିଧାୟକ

ଲକ୍ଷ୍ନୌ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା‌) ଏବଂ ବହୁଜନ ସମାଜବାଦୀ ପାର୍ଟି (ବସପା) ମେଣ୍ଟ ‌ଘୋଷଣା ହେବାର ଦୁଇ ଦିନ ପ‌ରେ ଆଜି ଜଣେ ସପା ବିଧାୟକ ହରିଓମ୍‌ ଯାଦବ ଦଳ ସୁପ୍ରିମୋ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଅଖିଳେଶ ମାୟାବତୀଙ୍କ କଥାରେ ଚାଲିଥିବେ ସେପର୍ଯ୍ୟନ୍ତ ମେଣ୍ଟ କାମ ଦେବ। ମେଣ୍ଟକୁ କାଏମ ରଖିବାକୁ ହେଲେ ମାୟାବତୀଙ୍କ ସର୍ତ୍ତ ଅନୁଯାୟୀ ଅଖିଳେଶ ଆଣ୍ଠେଇବାକୁ ବାଧ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସପା-ବସପା ମେଣ୍ଟ ଯୋଗୁଁ କର୍ମୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ଲାଗିରହିଛି। ସପା କର୍ମୀମାନେ ବସପା କର୍ମୀଙ୍କ ସହିତ ମିଳିତ ପ୍ରଚାର କରିବାକୁ ଆଗ୍ରହ ଦେଖାଉନାହାନ୍ତି ବୋଲି ଆଉ ଜଣେ ସପା ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର