୨ଟି ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ: ଗୋରଖପୁରରେ ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଦେଲା ସପା

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ। ଅଖିଳେଶ ମୁବାରକପୁର ଏବଂ କରହାଲ୍‌ରୁ ନିର୍ବାଚନ ଲଢ଼ିବେ। ପୂର୍ବରୁ ଅଖିଳେଶ କରହାଲ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ନିର୍ବାଚନକୁ ମାତ୍ର ୩ ଦିନ ବାକିଥିବାବେଳେ ଅଖିଳେଶ କରହାଲ୍‌ ସହ ମୁବାରକପୁରରେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି। ମୁବାରକପୁର ବିଧାନସଭା ଆସନକୁ ଏବେ ବିଏସ୍‌ପିର ଶାହ ଅଲମ ପ୍ରତିନିଧିତ୍ବ କରୁଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଶାହ ଅଲମ୍‌ ଏହି ଆସନରୁ ଅଖିଳେଶଙ୍କୁ ମାତ୍ର ୬୮୮ ଭୋଟ୍‌ ବ୍ୟବଧାନରେ ହରାଇଥ‌ିଲେ। ସପା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୨୪ ପ୍ରାର୍ଥୀଙ୍କର ଏକ ତାଲିକା ଘୋଷଣା କରିବା ସହ ଅଖିଳେଶ ମୁବାରକପୁରରୁ ଲଢ଼ିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଗୋରଖପୁର‌ରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସପା ପ୍ରାର୍ଥୀ ଦେଇଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ପତ୍ନୀ ଶୁଭବତୀ ଶୁକ୍ଳା ଗୋରଖପୁରରୁ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର