ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ହେଲିକପ୍ଟଟକୁ ଦିଲ୍ଲୀରୁ ଉତ୍ତରପ୍ରଦେଶର ମୁଜାଫରନଗରକୁ ଉଡ଼ାଣ ପାଇଁ ଅନୁମତି ଦିଆ ଯାଉନାହିଁ। ବିନା କାରଣରେ ଦିଲ୍ଲୀରେ ମୋର ହେଲିକପ୍ଟଟରକୁ ଅଟକ କରାଯାଇଛି। ଏହାକୁ ମୁଜାଫରନଗର ଯିବାକୁ ଅନୁମତି ଦିଆଯାଉ ନଥିବା ବେଳେ ବିଜେପିର ଜଣେ ଶୀର୍ଷ ନେତା ଏଠାରୁ ଉଡ଼ାଣ ଭରିଛନ୍ତି। ଆଗାମୀ ନିର୍ବାଚନରେ ହାରିଯିବା ଭୟରେ ବିଜେପିର ଏହା ଏକ ହତାଶ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଲୋକମାନେ ସବୁକିଛି ବୁଝୁଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ କହିଛନ୍ତି।
ଆସନ୍ତା ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସମାଜବାଦୀ ପାର୍ଟି (ଏସପି)ର ଅଖିଳେଶ ଯାଦବ ବିଜେପି ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ତେବେ, ଅଖିଳେଶ ଅଭିଯୋଗ ପରେ ତାଙ୍କ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ମିଳିଥିବା ଅଖିଲେଶ ଟୁଇଟ୍ କରି କହିଛନ୍ତି। ଆଜି ଅଖିଲେଶ ମୁଜାଫରନଗର ଏବଂ ମିରଟରେ ଏକ ରାଜନୈତିକ ପ୍ରଚାର କାର୍ଯ୍ୟକ୍ରମ ଓ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ଅଖିଳେଶ ଏକ ଘରୋଇ ବିମାନରେ ଆଜି ସକାଳ ୧୦ଟା ୩୦ ସମୟରେ ଲକ୍ଷ୍ନୌର ଅମାଉସି ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ ୧୧.୪୫ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା, ସେଠାରୁ ସେ ପ୍ରାୟ ୧୨ଟା ୧୫ ସମୟରେ ମୁଜାଫରନଗର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଜାତୀୟ ରାଜଧାନୀରେ ତାଙ୍କ ହେଲିକପ୍ଟଟରକୁ ଉଡ଼ାଣ ପାଇଁ ଅନୁମତି ମିଳି ନଥିଲା। ଫଲରେ ତାଙ୍କର ସବୁ କାର୍ଯ୍ୟକ୍ରମରେ ବିଳମ୍ବ ଘଟିଥିଲା।