ପ୍ରୟାଗରାଜ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ରବିବାର ଅପରାହ୍ନରେ ତାଙ୍କ ପୁଅ ଅର୍ଜୁନ ଯାଦବଙ୍କ ସହ ପ୍ରୟାଗରାଜସ୍ଥିତ ମହାକୁମ୍ଭ ନଗରରେ ପହଞ୍ଚିଥିଲେ। ଏହି ଅବସରରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇଥିଲେ। ଏହାପରେ ସେ ମହାକୁମ୍ଭ ମେଳା ଅଞ୍ଚଳର ସେକ୍ଟର ୧୬ରେ ପହଞ୍ଚିଥିଲେ ଓ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ସ୍ମୃତି ସେବା ଅନୁଷ୍ଠାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ଅଖିଳେଶ ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ସେ କହିଥିଲେ ଯେ କୁମ୍ଭକୁ ଲୋକେ ପୂଣ୍ୟ କରିବାକୁ ଆସନ୍ତି, ଓ୍ବାଟର ସ୍ପୋର୍ଟସ କରିବାକୁ ଆସନ୍ତି ନାହିଁ ।
ସୂଚନା ଅନୁସାରେ ଅଖିଳେଶ ଯାଦବ ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାମରୌଲି ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ପୁଅ ଅର୍ଜୁନ ଯାଦବ ଏବଂ ଦଳର ମୁଖ୍ୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସେ ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ସେ କହିଥିଲେ ଯେ କୁମ୍ଭକୁ ଲୋକେ ପୂଣ୍ୟ କରିବାକୁ ଆସନ୍ତି, ଓ୍ବାଟର ସ୍ପୋର୍ଟସ କରିବାକୁ ଆସନ୍ତି ନାହିଁ ।
ଜିଲ୍ଲା ସଭାପତି ଗଙ୍ଗାପର ଅନିଲ ଯାଦବ, ମେଟ୍ରୋପଲିଟାନ ସଭାପତି ଇଫତେଖାର ହୁସେନ, ସାଧାରଣ ସମ୍ପାଦକ ରବୀନ୍ଦ୍ର ଯାଦବ, ଦାନ ବାହାଦୁର ମଧୁର, ସଚିନ ଶ୍ରୀବାସ୍ତବ, ଆରଏନ ଶ୍ରୀବାସ୍ତବ, ବାଚା ଯାଦବ, ଓପି ପାଲ, ତାରିକ୍ ସଇଦ ଅଜଜୁ, ଅବଦୁଲ ସଲମାନ ଙ୍କ ସମେତ ବହୁ ସଂଖ୍ୟକ କର୍ମୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/26/A92udHQCpCyEV5a3jl5i.jpeg)