ଜିଲ୍ଲା ନାମ ବଦଳାଇବାରେ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଆଗରେ ଅଛନ୍ତି ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଅଧିକ ଜିଲ୍ଲାର ନାମ ବଦଳାଇଛନ୍ତି । ସୂଚନା ଅଧିକାର ଆଇନ(ଆରଟିଆଇ) ଜରିଆରେ ପ୍ରଶ୍ନ କରିବା ପରେ ମିଳିଥିବା ଉତ୍ତରରୁ ଏହା ଜଣା ପଡିଛି।

ଯୋଗୀ ଆଦିତ୍ୟନାଥ ନିଜ କାର୍ଯ୍ୟକାଳ ସମୟରେ ୨ଟି ଜିଲ୍ଲାର ନାମ ପରିବର୍ତ୍ତନ କରିଥିବା ବେଳେ ଅଖିଳେଶ ଯାଦବ ନିଜ କାର୍ଯ୍ୟକାଳ ସମୟରେ ୨୦୧୨ରୁ ୨୦୧୫ ମଧ୍ୟରେ ୯ଟି ଜିଲ୍ଲାର ନାମ ପରିବର୍ତ୍ତନ କରିଥିଲେ । ସବୁଠାରୁ ବଡ କଥା ହେଲା ଅଖିଳେଶ ଯାଦବ ୨୦୧୨ରେ ଗୋଟିଏ ଦିନରେ ହିଁ ୮ଟି ଜିଲ୍ଲାର ନାମ ପରିବର୍ତ୍ତନ କରିଥିଲେ ।
ଅଖିଳେଶ ଯାଦବ ୩୦ ଜୁଲାଇ ୨୦୧୨ରେ ପ୍ରବୁଦ୍ଧ ନଗରର ନାମ ବଦଳାଇ ଶାମଳୀ କରି ଦେଇଥିଲେ । ଏହା ବ୍ୟତୀତ ଭୀମ ନଗରକୁ ସମ୍ଭଲ, ପଞ୍ଚଶୀଳ ନଗରକୁ ହାପୁର, ମହାମାୟା ନଗରକୁ ହାଥରସ, ଜ୍ୟୋତିବା ଫୁଲେ ନଗରକୁ ଅମରୋହ, କାଂଶୀରାମ ନଗରକୁ କାଶଗଂଜ, ଛତ୍ରପତି ସାହୁଜୀ ନଗରକୁ ଆମେଠୀ, ରାମ୍ବାଇ ନଗରକୁ କାନପୁର ଦେହାତ ନାମ ଦେଇଥିଲେ । ୧୫ ଜାନୁଆରି ୨୦୧୫ରେ ସନ୍ଥ ରବିଦାସ ନଗରର ନାମ ବଦଳାଇ ଭଦୋହି କରାଯାଇଥିଲା ।

ଯୋଗୀ ଆଦିତ୍ୟନାଥ ନିଜ କାର୍ଯ୍ୟକାଳରେ ୨ଟି ଜିଲ୍ଲାର ନାମ ପରିବର୍ତ୍ତନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ୧୮ ଅକ୍ଟୋବର ୨୦୧୮ରେ ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଥିଲେ ଓ ୨୩ ନଭେମ୍ବର ୨୦୧୮ରେ ଫୌଜାବାଦର ନାମ ବଦଳାଇ ପ୍ରୟାଗରାଜ ରଖିଥିଲେ ।

ନିକଟରେ ଅରୁଣାଚଳ ପ୍ରଦେଶର ୧୫ଟି ଅଞ୍ଚଳର ନାମ ଚୀନ୍ ଦ୍ଵାରା ବଦଳାଯାଇଥିବା ଘଟଣା ଉପରେ ନିଜ ମତ ରଖି ଅଖିଳେଶ ଯାଦବ କହିଥିଲେ,ଚୀନ୍ ଯୋଗୀଙ୍କ ଠାରୁ ହିଁ ନାମ ବଦଳେଇବା ଶିଖିଛି ।

ସମ୍ବନ୍ଧିତ ଖବର