ଭଗବାନ ଶ୍ରୀକୃଷ୍ଣ ସବୁରାତିରେ ମୋ ସ୍ଵପ୍ନରେ ଆସନ୍ତି ଓ କହନ୍ତି ୟୁପିରେ ଏସ୍.ପି. ହିଁ ସରକାର ଗଠନ କରିବ!

ଲକ୍ଷ୍ନୌ: ସୋମବାର ଦିନ ଉତ୍ତର ପ୍ରଦେଶର ପୂର୍ବତନ ମଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଶ୍ରୀକୃଷ୍ଣ ସବୁଦିନ ମୋର ସ୍ଵପ୍ନରେ ଆସନ୍ତି ଓ ଗତକାଲି ବି ଆସିଥିଲେ । ଶ୍ରୀକୃଷ୍ଣ ସବୁଦିନ ମୋର ସ୍ଵପ୍ନରେ ଆସି କହନ୍ତି ଉତ୍ତର ପ୍ରଦେଶରେ ଏସ୍.ପି. ହିଁ ସରକାର ଗଠନ କରିବ ।

ଅଖିଳେଶ ଯାଦବ ଆହୁରି କହିଛନ୍ତି, ବିଜେପି ଅନେକ ସମୟରେ ରାମରାଜ୍ୟ ବିଷୟରେ କହିଥାଏ କିନ୍ତୁ ସମାଜବାଦର ରାସ୍ତା ହିଁ ରାମରାଜ୍ୟ ଅଟେ । ଯେଉଁଦିନ ସମାଜବାଦ ସମ୍ପୂର୍ଣ୍ଣରୂପେ ଲାଗୁ ହୋଇଯିବ ସେହିଦିନ ଠାରୁ ରାମରାଜ୍ୟ ଆରମ୍ଭ ହୋଇଯିବ ।

ଅଖିଳେଶ ଯାଦବଙ୍କ ଏପରି ମନ୍ତବ୍ୟ ପରେ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଅଖିଳେଶ ଯାଦବଙ୍କୁ ଟ୍ୟାଗ୍ କରି ଟ୍ଵିଟ୍ କରି ଲେଖିଛନ୍ତି,ଯାହା ହେଉ ଭଲ ହେଲା ଅଖିଳେଶ ଯାଦବଙ୍କୁ ବାବର ଓ ଜିନ୍ନାଙ୍କଠାରୁ ସମୟ ମିଳିଲା ଏବଂ ଏବେ ସ୍ଵପ୍ନରେ ହେଲେ ବି ଅଖିଳେଶଙ୍କୁ ଭଗବାନ କୃଷ୍ଣ ଦେଖାଯାଉଛନ୍ତି । ଚିନ୍ତା କରନ୍ତୁ ନାହିଁ ଯୋଗୀ ଆଦିତ୍ୟନାଥଙ୍କ ଆଉ ୫ ବର୍ଷର ଶାସନରେ ଅଖିଳେଶଙ୍କୁ ରାମ, କୃଷ୍ଣ ଓ ଶିବ ବି ଦେଖାଦେବେ ।

ରବିବାର ଦିନ ଅଖିଳେଶ ଯାଦବ ଲକ୍ଷ୍ନୌରେ ଭଗବାନ ପର୍ଶୁରାମଙ୍କ ନବନିର୍ନିତ ମନ୍ଦିରରେ ପୂଜା କରିବା ପରେ ଦଶମ ଚରଣର ସମାଜବାଦୀର ବିଜୟ ଯାତ୍ରାକୁ ଆଗକୁ ବଢାଇଥିଲେ । ଏହି ଗସ୍ତରେ ଅଖିଳେଶ ମୁଖ୍ୟମନ୍ତ୍ରୀଙ୍କ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ୟ କରି କହିଥିଲେ, ଯେଉଁ ଲୋକଙ୍କ ଉପରେ କେତେକ ଧାରାରେ ମାମଲା ରୁଜୁ କରାଯାଇଥିଲା ତାଙ୍କୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ ବନେଇଦେଲା ।

ସମ୍ବନ୍ଧିତ ଖବର